୨୫ରୁ ଜେଇଇ ମୁଖ୍ୟ ଦ୍ବିତୀୟ ଅଧିବେଶନ; ଆଜିଠୁ ମିଳିବ ଆଡମିଟ୍‌ କାର୍ଡ

ଭୁବନେଶ୍ବର : ଜାତୀୟ ପରୀକ୍ଷଣ ସଂସ୍ଥାନ (ଏନଟିଏ) ଦ୍ବାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମୁଖ୍ୟ ସେସନ (ଅଧିବେଶନ)-୨ ପରୀକ୍ଷା ଆସନ୍ତା ୨୫ ତାରିଖରୁ ଅନୁଷ୍ଠିତ ହେବ। ବୁଧବାର ଏନଟିଏ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଦ୍ବିତୀୟ ଅଧିବେଶନ ପରୀକ୍ଷାରେ ଦେଶରୁ ୬ ଲକ୍ଷ ୨୯ ହଜାର ୭୭୮ ବିଦ୍ୟାର୍ଥୀ ପଞ୍ଜୀକରଣ କରିଛନ୍ତି। ଦେଶର ୫ଶହ ଏବଂ ବିଦେଶର ୧୭ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଓଡ଼ିଶାରୁ ଅନୁଗୋଳ, ବଲାଙ୍ଗୀର, ବାଲେଶ୍ବର, ବରଗଡ, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ବର, କଟକ, ଢେଙ୍କାନାଳ, କଳାହାଣ୍ଡି, ଜଗତସିଂହପୁର, ଯାଜପୁର, କୋରାପୁଟ, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର, ମାଲକାନଗିରି, ଗଜପତି, କନ୍ଧମାଳ, ପୁରୀ, ରାୟଗଡା, ସୁନ୍ଦରଗଡ ଏବଂ ସମ୍ବଲପୁରରେ କେନ୍ଦ୍ର ହୋଇଛି। ପରୀକ୍ଷା ନିମନ୍ତେ ପଞ୍ଜୀକରଣ କରିଥିବା ବିଦ୍ୟାର୍ଥୀ ଆସନ୍ତାକାଲିଠାରୁ ୱେବସାଇଟ(www.jeemain.nta.nic.in)କୁ ଲଗଇନ କରି ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ। ଜନ୍ମ ତାରିଖ ଏବଂ ଆପ୍ଲିକେସନ ନମ୍ବର ଲେଖି ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ବାହାର କରିବାକୁ ଏନଟିଏ ପକ୍ଷରୁ ବିଦ୍ୟାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି। କରୋନା କଟକଣା ମଧ୍ୟରେ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀଙ୍କ ନିମନ୍ତେ ହାତ ବିଶୋଧନ, ସାମାଜିକ ଦୂରତ୍ବ ରକ୍ଷା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି।

kalyan agarbati

Comments are closed.