www.samajalive.in
Saturday, December 6, 2025
14.1 C
Bhubaneswar

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ସାଂସଦ

ସମାଜ ଡିଜିଟାଲ ଡେସ୍କ: କର୍ଣ୍ଣାଟକର ସାଂସଦ-ବିଧାୟକ କୋର୍ଟ ଜେଡିଏସ୍‍ ର ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ବଡ ଝଟକା ଲାଗିଛି । ଯୌନ ଶୋଷଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଯେତେବେଳେ କୋର୍ଟ ରାୟ ଶୁଣାଣିଲେ ପ୍ରଜ୍ୱଳ ନିୟନ୍ତ୍ରଣ ହରାଇ କାନ୍ଦିବାରେ ଲାଗିଥିଲେ । ଆସନ୍ତାକାଲି ଅର୍ଥାତ୍‍ ଅଗଷ୍ଟ ୨ରେ ଦଣ୍ଡ ଘୋଷଣା କରାଯିବ ବୋଲି କୋର୍ଟ କହିଛନ୍ତି । ରେବନ୍ନାଙ୍କ ବିରୋଧରେ ହାସନ ଜିଲାର ହୋଲେନରସିପୁରାର ଏକ ଫାର୍ମହାଉସର ଜଣେ ସହାୟିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ରେବନ୍ନା ଗତ ୧୪ମାସ ହେବ ଜେଲରେ ରହିଛନ୍ତି ।
ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନା ହେଉଛନ୍ତି ଦେବେଗୌଡା ପରିବାରର ନାତି । ତାଙ୍କ ବିରୋଧରେ କେବଳ ଜଣେ ନୁହେଁ ବରଂ ଅନେକ ମହିଳାଙ୍କୁ ଯୌନ ଶୋଷଣ ଏବଂ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଏହାସହିତ ଅନେକ ଆପତ୍ତିଜନକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ମାମଲା ଆହୁରି ତୀବ୍ର ହୋଇଥିଲା । ଏହାପରେ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories