ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ୍ ହୋଇଥାଏ, ଯାହା ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରିଥାଏ । ନିକଟରେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଏକ ଭିଡିଓ ଭାଇରାଲ୍ ହେଉଛି । ଭିଡିଓରେ ଦେଖିପାରିବେ ଜଣେ ଯୁବକ ଖୋଲା ନଳା ପାଣି ନିକଟରେ ବସିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯୁବକ ଜଣକ ସେହି ନଳା ଅପରିଷ୍କାର ପାଣିରେ ମେଥି ଶାଗ ଧୋଉଛନ୍ତି।
ଯୁବକ ଜଣକ ଖୁବ୍ ଆରାମରେ ଅପରିଷ୍କାର ପାଣିରେ ଶାଗ ଗୁଡିକୁ ବୁଡାଉଛନ୍ତି । ଯେପରି ଏହା ତାଙ୍କ ପାଇଁ ଏକ ସାଧାରଣ କଥା । ଭିଡିଓଟି ଭାଇରାଲ୍ ହେବା ପରେ ଲୋକେ କ୍ରୋଧ ପ୍ରକାଶ କରିଛନ୍ତି । ଖାଦ୍ୟପେୟ ସହ ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଖାଦ୍ୟ ସେବନ ଅନେକ ରୋଗ ସୃଷ୍ଟିର କାରଣ ବୋଲି ଲୋକେ କହିବା ସହ ଚିନ୍ତା ପ୍ରକଟ କରିଛନ୍ତି।
ଆରମ୍ଭ ହେଲା ଅଗଷ୍ଟ.. ମେଷ ଠାରୁ ମୀନ : ଜାଣନ୍ତୁ କିଏ ହେବେ ଧନୀ, କାହାର ଖୋଲିବ ଭାଗ୍ୟ, ମିଳିବ ଚାକିରି..



