www.samajalive.in
Saturday, December 6, 2025
23.1 C
Bhubaneswar

କମିଲା ଗ୍ୟାସ ସିଲିଣ୍ଡର ଦାମ୍‌, ୟୁପିଆଇ ଠାରୁ ଆରମ୍ଭ କରି ଫାସ୍‌ଟ୍ୟାଗ୍‌.. ଆଜି ଠାରୁ ବଦଳିଲା ନିୟମ, ପକେଟ୍‌ ଉପରେ ପଡିବ ପ୍ରଭାବ..

ନୂଆଦିଲ୍ଲୀ : ପ୍ରତ୍ୟେକ ମାସ ଭଳି ଅଗଷ୍ଟ ମାସ ପହିଲାରେ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ୧ ଅଗଷ୍ଟରୁ ଏଲପିଜି ସିଲିଣ୍ଡରର ଦାମ୍‌ କମିବା ସହ ୟୁପିଆଇ ସମ୍ବନ୍ଧିତ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଏହାସହ ୧୫ ଅଗଷ୍ଟରୁ ଫାସ୍‌ଟ୍ୟାଗ୍‌ ବାର୍ଷିକ ପାସ୍‌ର ନିୟମ ଲାଗୁ ହେବ । ଏହି ସମସ୍ତ ପରିବର୍ତ୍ତନ ଲୋକଙ୍କ ପକେଟ୍‌ ଉପରେ ପ୍ରଭାବ ପକାଇବ । ଜାଣନ୍ତୁ ଅଗଷ୍ଟରେ ହେବ କି କି ପରିବର୍ତ୍ତନ ହେବ ।

ଏଲପିଜି ଦର- ତୈଳ କମ୍ପାନୀ ସାରା ଦେଶରେ ୧୯ କିଲୋ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ ହୋଇଛି । ଏଥିରେ ୩୩.୫୦ ଟଙ୍କା କମ୍‌ ହୋଇଛି । ଏହି ନୂଆ ଦାମ୍‌ ୧ ଅଗଷ୍ଟରୁ ଲାଗୁ ହେବ । ମାତ୍ର ଘରୋଇ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । କମର୍ସିଆଲ୍‌ ସିଲିଣ୍ଡର ଦାମ୍‌ ଦିଲ୍ଲୀରେ ୧୬୩୧.୫୦ ଟଙ୍କା, କଲକାତାରେ ୧୭୩୪.୫୦ ଟଙ୍କା, ମୁମ୍ବଇରେ ୧୫୮୨.୫୦ ଓ ଚେନ୍ନାଇରେ ୧୭୮୯ ଟଙ୍କା ରହିଛି ।

- Advertisement -

ୟୁପିଆଇ- ଆଜି ଠାରୁ ୟୁପିଆଇରେ ମଧ୍ୟ ନୂଆ ନିୟମ ଲାଗୁ ହେବ । ପେଟିଏମ୍‌, ଫୋନ୍‌ ପେ, ଗୁଗଲ ପେ କିମ୍ବା ଅନ୍ୟ ପେମେଣ୍ଟ ଆପ୍‌କୁ ବ୍ୟବହାର କରୁଥିଲେ ଏନପିସିଆଇ ଉତ୍ତମ ସେବା ପ୍ରଦାନ କରିବା ପାଇଁ କିଛି ନିୟମରେ ପରିବର୍ତ୍ତନ କରିଛି । ଏନପିସିଆଇ କିଛି ନୂଆ ସୀମିତ ନିୟମ ଲାଗୁ କରିଛି । ଏବେ ବାଲାନ୍ସ ଯାଞ୍ଚ ସହ ଅନ୍ୟାନ୍ୟ ଜିନିଷରେ ସୀମିତରେ ରହିବ । ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ)ର ନୂତନ ନିର୍ଦ୍ଦେଶାବଳୀ ଅନୁସାରେ, ଅଗଷ୍ଟ ୧ ରୁ ୟୁପିଆଇ ସମ୍ପର୍କରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ ଫୋନ୍‌ ପେ, ଗୁଗଲ୍‌ ପେ, ଏବଂ ପେଟିଏମ୍‌ ଭଳି ବିଭିନ୍ନ ଆପ୍ ମାଧ୍ୟମରେ ୟୁପିଆଇ ବ୍ୟବହାର କରୁଛନ୍ତି, ତେବେ ଏବେ କିଛି ସର୍ବାଧିକ ବ୍ୟବହୃତ ଫିଚର ସୀମିତ ହେବାକୁ ଯାଉଛି। ଲୋକମାନେ ଫୋନ୍ ଆପ୍ ମାଧ୍ୟମରେ ବାରମ୍ବାର ବ୍ୟବହାର କରୁଥିବା ସେବାଗୁଡ଼ିକ ଉପରେ ସୀମା ଲାଗୁ ହେବାକୁ ଯାଉଛି। ଏଥିରେ ବାଲାନ୍ସ ଯାଞ୍ଚ କରିବା, ଅଟୋପେମେଣ୍ଟକୁ ଅନୁମତି ଦେବା, କାରବାର ସ୍ଥିତି ଦେଖିବା ଇତ୍ୟାଦି ସେବା ଅନ୍ତର୍ଭୁକ୍ତ। ଏହା ପରେ, ୟୁପିଆଇ ପେମେଣ୍ଟ ଆପ୍ ବ୍ୟବହାର କରିବାର ଉପାୟରେ ଯଥେଷ୍ଟ ପରିବର୍ତ୍ତନ ଆସିବ।

ଏସବିଆଇ- ଏସବିଆଇ କାର୍ଡଧାରୀଙ୍କୁ ମିଳିଛି ବଡ ଝଟକା । କାରଣ ୧୧ ଅଗଷ୍ଟରୁ ଏସବିଆଇ ଏକ ସେବା ବନ୍ଦ ହେବାକୁ ଯାଉଛି । ଏସବିଆଇ ଅନେକ ସହ-ବ୍ରାଣ୍ଡେଡ୍‌ କ୍ରେଡିଟ୍‌ କାର୍ଡ ଉପରେ ମିଳୁଥିବା କିଛି ସୁବିଧା ବନ୍ଦ ହୋଇପାରେ । ଏବେ ଏସବିଆଇ, ୟୁକୋ, ସେଣ୍ଟ୍ରାଲ୍‌, ପିଏଏସବି ଆଦି ବ୍ୟାଙ୍କ ସହ କିଛି ଇଲାଇଟ୍‌ ଓ ପ୍ରାଇମ୍‌ କାର୍ଡ ଉପରେ ୧ କୋଟି ଟଙ୍କା କିମ୍ବା ୫୦ ଲକ୍ଷର ବୀମା ଦେଇଥାଏ । ଯାହା ୧୧ ଅଗଷ୍ଟରୁ ବନ୍ଦ ହେବ ।

ଫାସ୍‌ଟ୍ୟାଗ୍‌ – ଅଗଷ୍ଟ ୧୫ ଠାରୁ ଘରୋଇ ଯାନ ପାଇଁ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ନୂଆ ଫାସ୍‌ଟ୍ୟାଗ୍‌ ବାର୍ଷିକ ପାସ୍‌ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ଏହି ବାର୍ଷିକ ପାସ୍‌ ଅନୁଯାୟୀ, ୨୦୦ ଟୋଲ୍‌ ମାଗଣା ହେବ, ଅର୍ଥାତ୍‌ ଯାହା ପାଇଁ ୩୦୦୦ ଟଙ୍କାର ଶୁକ୍ଳ ଦେବାକୁ ପଡିବ । ଏହି ପାସ୍‌ ଗୋଟିଏ ବର୍ଷ କିମ୍ବା ୨୦୦ ଟ୍ରିପ୍‌ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏହି ପାସ୍‌ର ଉଦ୍ଦେଶ୍ୟ ଯାତାୟତ ସୁବିଧା କରିବା ପାଇଁ ।

ପିଏନବି ବ୍ୟାଙ୍କରେ ଆକାଉଣ୍ଟ ଥିବା ଗ୍ରାହକ ବ୍ୟାଙ୍କ ଆକାଉଣ୍ଟକୁ ସଠିକ୍‌ ଚଲାଇବା ପାଇଁ ୮ ଅଗଷ୍ଟ ୨୦୨୫ରୁ ପ୍ରଥମେ କେୱାଇସି ଅପଡେ୍‌ଟ କରି ଦିଅନ୍ତୁ । ଏହି ଅପଡେଟ୍‌ ଆରବିଆଇ ଗାଇଡ୍‌ଲାଇନ ଅନୁୟାୟୀ କରାଯାଉଛି ।

ଆଜି ଠାରୁ ଏଟିଏଫର ଦାମ୍‌ରେ ମଧ୍ୟ ପରିବର୍ତ୍ତନ ହୋଇଛି । ନୂଆ ସଂଶୋଧନ ପରେ ଦିଲ୍ଲୀରେ ଏଟିଏଫ ଦାମ୍‌ ୯୨,୦୨୧.୯୩ ଟଙ୍କା , କଲକାତାରେ ୯୫,୧୬୪.୯୦ ଟଙ୍କା, ମୁମ୍ବଇରେ ୮୬,୦୭୭.୧୪ ଟଙ୍କା ଓ ଚେନ୍ନାଇରେ ୯୫,୫୧୨.୨୬ ଟଙ୍କା ରହିଛି ।

ଆରମ୍ଭ ହେଲା ଅଗଷ୍ଟ.. ମେଷ ଠାରୁ ମୀନ : ଜାଣନ୍ତୁ କିଏ ହେବେ ଧନୀ, କାହାର ଖୋଲିବ ଭାଗ୍ୟ, ମିଳିବ ଚାକିରି..

 

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories