www.samajalive.in
Sunday, December 7, 2025
14.1 C
Bhubaneswar

ମହିଳା ଥାନାରେ ହାଜର ହେଲେ ଓଏଏସ ସାର୍ଥକ ସୌରଭ ମହାପାତ୍ର

ଭୁବନେଶ୍ୱର: ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ଓଏଏସ୍‍ ସାର୍ଥକ ସୌରଭ ମହାପାତ୍ର । ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଥାନାରେ ହାଜର ହୋଇଛନ୍ତି । ସ୍ୱାମୀଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଛନ୍ତି ପତ୍ନୀ । ଓସ୍‍ଡମାରେ ଡିଜିଏମ୍‍ ଭାବେ କାର୍ଯ୍ୟରତ ଓଏଏସ୍‍ ସାର୍ଥକ ସୌରଭ ମହାପାତ୍ର ତାଙ୍କ ପତ୍ନୀ ଓ ନବଜାତ ପିଲା ପ୍ରତି ନିଷ୍ଠୁରତା ଓ ମାନସିକ ନିର୍ଯାତନା ଦେବା ସହ ଉଭୟଙ୍କୁ ହସ୍ପିଟାଲରୁ ଛାଡି ପଳାଇବା ଅଭିଯୋଗ ହୋଇଥିଲା ।
ଗୁରୁବାର ପତ୍ନୀ ଅର୍ଚ୍ଚନା ଦାସଙ୍କ ବୟାନ ରେକର୍ଡ କରାଯାଇଛି । ବାହାଘରଠାରୁ ଆରମ୍ଭ କରି ସନ୍ତାନ ହେବା ପର୍ଯ୍ୟନ୍ତ ଉଭୟଙ୍କ ଭିତରେ କଣ ଘଟିଥିଲା ସେନେଇ ପଚରାଉଚରା ହୋଇଛି । ତେବେ ଓଏଏସ୍‍ ସାର୍ଥକଙ୍କୁ ମହିଳା ଥାନା ନୋଟିସ୍‍ କରିବା ପରେ ଆଜି ସେ ଥାନାରେ ହାଜର ହୋଇଛନ୍ତି । ଅନ୍ୟପକ୍ଷରେ ପୁଅ ଜନ୍ମର ଦୁଇ ଦିନ ପରେ ସାର୍ଥକ କାହିଁକି ଲୁଚିକି ହସ୍ପିଟାଲରୁ ପଳାଇଲେ ତାର ତଦନ୍ତ ହେବାର ଆବଶ୍ୟକତା ରହିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories