www.samajalive.in
Friday, December 5, 2025
20.1 C
Bhubaneswar

ଏନଡିଏରେ ସାମିଲ ହେଲା ଜେଡିଏସ

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ ଶୁକ୍ରବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ଜନତା ଦଳ(ସେକ୍ୟୁଲାର) ବିଧିବଦ୍ଧ ଭାବେ ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ରେ ସାମିଲ ହୋଇଥିବା ଘୋଷଣା କରାଯାଇଛି। ଏହି ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଉପସ୍ଥିତ ଥିଲେ।

ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିବା ପରେ କୁମାରସ୍ୱାମୀ କହିଛନ୍ତି, ‘‘ଆଜି ଆମେ ଆନୁଷ୍ଠାନିକ ଭାବେ ବିଜେପି ସହ ହାତ ମିଳାଇବା ଏବଂ ଏନଡିଏର ଏକ ଅଂଶ ହେବା ବିଷୟରେ ଆଲୋଚନା କରିଛୁ। ଆମେ ଆନୁଷ୍ଠାନିକ ଭାବେ ପ୍ରାଥମିକ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ। ଆମ ପକ୍ଷରୁ କୌଣସି ଦାବୀ ନାହିଁ।’’ ଅପରପକ୍ଷେ, ବୈଠକରେ ଉପସ୍ଥିତ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ମୋଦୀ ଯେପରି ଭାବେ ବିକାଶମୂଳକ କାର୍ଯ୍ୟ କରୁଛନ୍ତି, କୌଣସି ଦଳ ଏନଡିଏରେ ସାମିଲ ହେବାକୁ ମନାକରିବେ ନାହିଁ। ମୁଁ ମଧ୍ୟ ତାଙ୍କୁ(ଜେଡିଏସ୍‌) ସ୍ବାଗତ କରୁଛି। ଆଗାମୀ ନିର୍ବାଚନରେ ​​ଏନଡିଏ ପୁଣି ଥରେ କ୍ଷମତାକୁ ଆସୁଛି। ଆମେ କର୍ଣ୍ଣାଟକର ସମସ୍ତ ଲୋକସଭା ଆସନ ଜିତୁଛୁ।’’

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories