www.samajalive.in
Saturday, December 6, 2025
23.1 C
Bhubaneswar

ଏନଡିଏରେ ସାମିଲ ହେଲା ଜେଡିଏସ

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ ଶୁକ୍ରବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ଜନତା ଦଳ(ସେକ୍ୟୁଲାର) ବିଧିବଦ୍ଧ ଭାବେ ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ରେ ସାମିଲ ହୋଇଥିବା ଘୋଷଣା କରାଯାଇଛି। ଏହି ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଉପସ୍ଥିତ ଥିଲେ।

ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିବା ପରେ କୁମାରସ୍ୱାମୀ କହିଛନ୍ତି, ‘‘ଆଜି ଆମେ ଆନୁଷ୍ଠାନିକ ଭାବେ ବିଜେପି ସହ ହାତ ମିଳାଇବା ଏବଂ ଏନଡିଏର ଏକ ଅଂଶ ହେବା ବିଷୟରେ ଆଲୋଚନା କରିଛୁ। ଆମେ ଆନୁଷ୍ଠାନିକ ଭାବେ ପ୍ରାଥମିକ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ। ଆମ ପକ୍ଷରୁ କୌଣସି ଦାବୀ ନାହିଁ।’’ ଅପରପକ୍ଷେ, ବୈଠକରେ ଉପସ୍ଥିତ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ମୋଦୀ ଯେପରି ଭାବେ ବିକାଶମୂଳକ କାର୍ଯ୍ୟ କରୁଛନ୍ତି, କୌଣସି ଦଳ ଏନଡିଏରେ ସାମିଲ ହେବାକୁ ମନାକରିବେ ନାହିଁ। ମୁଁ ମଧ୍ୟ ତାଙ୍କୁ(ଜେଡିଏସ୍‌) ସ୍ବାଗତ କରୁଛି। ଆଗାମୀ ନିର୍ବାଚନରେ ​​ଏନଡିଏ ପୁଣି ଥରେ କ୍ଷମତାକୁ ଆସୁଛି। ଆମେ କର୍ଣ୍ଣାଟକର ସମସ୍ତ ଲୋକସଭା ଆସନ ଜିତୁଛୁ।’’

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories