ଜେସିବି ପୋଡି ନେଇ ଥାନାରେ ମାମଲା

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଦୁବପଲି ମୌଜାର ରଘୁବୀର ବିହାର ଅଞ୍ଚଳରେ ଜମି ସମୁତଲ ନିମନ୍ତେ ବ୍ୟବହାର କରାଯାଉଥିବା ଏକ ଜେସିବି ମେସିନ ଖରାପ ହୋଇଯିବାରୁ ସେଠାରେ ରଖିଥିବା ବେଳେ କୈାଣସି ଦୁର୍ବୃତ୍ତ ଏହାକୁ ନିଆଁ ଲଗାଇ ପୋଡି ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେ ନୂଆଗାଁ ଥାନା ଅନ୍ତର୍ଗତ ତେନ୍ତିଆପଡା ଗ୍ରାମର  ଦଣ୍ଡାସି ପାଣିଗ୍ରାହୀ ଦୁବ ପଲ୍ଲୀ ମୌଜାରେ ରଘୁବୀର ବିହାର ଅଞ୍ଚଳରେ ନିଜର ଜେସିବି (ଓଡି ୦୭ ଆର  ୦୦୭୮) କୁ କାମରେ ଗତ ୨୬ ତାରିଖରେ ଲଗାଇଥିଲେ। ଜେସିବିଟି‌ ଖରାପ ହୋଇଯିବାରୁ ତାହାକୁ ସେଠାରେ ରଖି ଦେଇଥିଲେ। ମଙ୍ଗଳବାର ସକାଳେ ଜେସିବି ରଖିବା ସ୍ଥାନକୁ ଯାଇଥିବାବେଳେ ତାହାକୁ କେହି ପୋଡ଼ି ଦେଇଥିବା ଦେଖିବାକୁ ପାଇଥିଲେ। ଘଟଣା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୩୪୫/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ତଦନ୍ତ ଅଧିକାରୀ କୃତିବାସ ସାହୁ କହିଛନ୍ତି।

Comments are closed.