ଓଲଟିଲା ସ୍କୁଲ ଭ୍ୟାନ, ୫ ଗୁରୁତର

0

ସମ୍ବଲପୁର: ଆଜି ସକାଳେ ସମ୍ବଲପୁର ସହରର ସାକ୍ଷୀପଡ଼ା ଅଞ୍ଚଳରେ ଥିବା ସେଣ୍ଟ ଜୋଶେଫ ସ୍କୁଲର କେତେକ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ଏକ ଭ୍ୟାନ୍ ଭାରସାମ୍ୟ ହରାଇ ଏକ ଜେସିବି ପଛରେ ପିଟି ହୋଇଛି। ଦୁର୍ଘଟଣା ପରେ ସ୍କୁଲ ଭ୍ୟାନ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୫ ଜଣ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଦୁଇଜଣ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ଉଦ୍ଧାର କରାଯାଇ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସମ୍ବଲପୁରର ଭାଲୁପାଲି, ଅମ୍ବିରାନଗର ଅଞ୍ଚଳରେ ରହୁଥିବା ସେଣ୍ଟ ଯୋଶେଫ ସ୍କୁଲର କେତେକ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍କୁଲ ଭ୍ୟାନ ସମ୍ବଲପୁର-ଝାରସୁଗୁଡ଼ା ରାଜ୍ୟ ରାଜପଥରେ ଯାଉଥିଲା। ଅମ୍ବିରାନଗର ନିକଟରେ ଏକ ଜେସିବି ରାସ୍ତାକଡ଼ରେ ରଖାଯାଇଥିଲା। ମାତ୍ର ସ୍କୁଲ ଭ୍ୟାନ୍ର ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଜେସିବି ପଛପଟେ ନେଇ ଭ୍ୟାନକୁ ପିଟି ଦେଇଥିଲା। ଫଳରେ ଭ୍ୟାନ୍ଟି ଜେସିବି ସହିତ ଧକ୍କା ଖାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍କୁଲ ଭ୍ୟାନ ଡ୍ରାଇଭର ଫେରାର ହୋଇଯାଇଥିଲେ।

Leave A Reply