www.samajalive.in
Saturday, December 6, 2025
15.1 C
Bhubaneswar

ବିଜେପିରେ ସାମିଲ ହୋଇ ପାରନ୍ତି ଜୟପ୍ରଦା!

ନୂଆଦିଲ୍ଲୀ .-  ବଲିଉଡ୍‌ର ପୂର୍ବତନ ଅଭିନେତ୍ରୀ ଜୟପ୍ରଦା ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।  ରାମପୁରରୁ ସେ ଅଜମ ଖାନ୍‌ଙ୍କ ବିରୁଦ୍ଧରେ  ବିଜେପିର ଲୋକ ସଭା ପାଇଁ ପ୍ରାର୍ଥୀ ହୋଇ ପାରନ୍ତି । ପୂର୍ବରୁ ଜୟ ପ୍ରଦା  ସମାଜବାଦୀ ପାର୍ଟିର ସଦସ୍ୟା ଥିଲେ।  ସମାଜବାଦୀ ପାର୍ଟିର ଟିକେଟରେ ସେ ବିଜୟୀ ହୋଇ ଲୋକସଭାର ସାସଂଦ ହୋଇଥିଲେ ।

୨୦୧୦ରେ  ତାଙ୍କୁ ଦଳ ବିରୋଧି କାର୍ଯ୍ୟ ଯୋଗୁଁ ସମାଜବାଦୀ ପାର୍ଟିରୁ ନିଲମ୍ବିତ କରାଯାଇଥିଲା । ଏହାପରେ ସେ ପୂର୍ବତନ ସମାଜବାଦୀ ନେତା ଅମର ସିଂଙ୍କ ରାଷ୍ଟ୍ରୀୟ ଲୋକମଞ୍ଚ ପାର୍ଟିରେ ସାମିଲ ହୋଇଥିଲେ । ମାତ୍ର ଏହି ଦଳ ବିଧାନସଭା ନିର୍ବାଚନରେ କୌଣସି ଆସନରୁ ବିଜୟ ଲାଭ କରି ପାରି ନଥିଲା । ଜୟପ୍ରଦା ଅମରସିଂଙ୍କୁ ନିଜର ରାଜନୈତିକ ଗୁରୁ ବୋଲି ମାନନ୍ତି । ଏବେ ଅମର ସିଂ ବିଜେପିର ନିକଟତର ହୋଇଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ସେ ନିଜ ନାମ ବଦଳାଇ ଚୌକିଦାର ଶଦ୍ଦକୁ ଯୋଡିଛନ୍ତି।  ଏବେ ଜୟପ୍ରଦା ବିଜେପିରେ ସାମିଲ ହେବା ସହ ରାମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories