www.samajalive.in
Saturday, December 6, 2025
16.1 C
Bhubaneswar

ସଂଜ୍ଞାହୀନ ଅବସ୍ଥାରେ ନାବାଳିକା ଉଦ୍ଧାର ; ଗଣବଳତ୍କାର ଅଭିଯୋଗ

ଖୁଣ୍ଟା : ଖୁଣ୍ଟା ଥାନା ଅଙ୍ଗାର କୁଣ୍ଡିଆ ଜଙ୍ଗଲରୁ ସୋମବାର ସକାଳେ ବଡସାହି ଥାନା ଅଞ୍ଚଳର ଜନୈକା ଆଦିବାସୀ ନାବାଳିକାକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ସ୍ଥିତି ଓ ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ନାବାଳିକାଟି ଗଣବଳତ୍କାର ଶିକାର ହୋଇଥିବା ଜଣାପଡିଛି। ଏଭଳି ନିନ୍ଦନୀୟ ଘଟଣା ଖୁଣ୍ଟା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଘଟଣାରୁ ପ୍ରକାଶ ଯେ ସୋମବାର ସକାଳେ ଖୁଣ୍ଟା ବ୍ଲକର ଅଙ୍ଗାର କୁଣ୍ଡିଆ ଜଙ୍ଗଲରେ ବଡସାହି ଥାନା ଅଞ୍ଚଳର ଜନୈକ ୧୩ ବର୍ଷର ନାବାଳିକା ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ଖବର ପ୍ରଚାରିତ ହୋଇଥିଲା। ଖବର ପାଇ ନାବାଳିକାର ପରିବାର ଓ ସମ୍ପର୍କୀୟ ମାନେ ପହଞ୍ଚି ଥିଲେ। ନାବାଳିକାଙ୍କ ପ୍ରତି ଯୌନ ନିର୍ଯାତନା ହୋଇଥିବା ପରିପ୍ରେକ୍ଷୀରେ ପୁଲିସ ଉଭୟ ନାବାଳିକା ଓ ତାଙ୍କ ମାଆଙ୍କ ନିକଟରୁ ବୟାନ ସଂଗ୍ରହ କରିଛି। ରବିବାର ଦିନ ନାବାଳିକା ଜଣଙ୍କ ସମ୍ପର୍କୀୟ ଯୁବକଙ୍କ ସହିତ ଥିବା ଜଣା ପଡିବା ପରେ ଉକ୍ତ ଯୁବକକୁ ପୁଲିସ ଅଟକ ରଖି ପଚରରାଉଚରା କରୁଛି। ରବିବାର ଡୁକୁରାରେ ଆଦିବାସୀ ମାନଙ୍କର ବାହାବଙ୍ଗା ପର୍ବ ପାଳନ କରାଯାଇଥିଲା। ପୀଡିତା ନିଜର ମାଆ ସହିତ ଉକ୍ତ ପର୍ବରେ ସାମିଲ ହୋଇଥିଲେ। ରାତିରେ ପୀଡିତା ଜଣଙ୍କ ପରିବାର ଠାରୁ ଅଲଗା ହୋଇଯାଇଥିଲେ। ନାବାଳିକାଙ୍କ ମା ବିଳମ୍ବିତ ରାତିରେ ଘରକୁ ଫେରି ଝିଅକୁ ପାଇନଥିଲେ। ଅପରପକ୍ଷେ ନାବାଳିକା ଖୁଣ୍ଟା ଥାନା ଅଞ୍ଚଳର ଜନୈକ ସମ୍ପର୍କୀୟ ଯୁବକଙ୍କ ସହିତ ତାଙ୍କ ଘରକୁ ଯାଉଥିବା ବେଳେ ବାଟରେ ଅଙ୍ଗାର କୁଣ୍ଡିଆ ଛକରେ ଦୁଇ ଜଣ ବ୍ୟକ୍ତି ସମ୍ପୃକ୍ତ ଯୁବକକୁ ମାଡ ମାରି ଘୋଉଡାଇ ଦେବା ସହ ପୀଡିତାଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲେ ବୋଲି ଅଟକ ଥିବା ଯୁବକ ପ୍ରକାଶ କରିଥିବା ବେଳେ ପୀଡିତା ଜଣଙ୍କ ନିଜ ମାଆକୁ ମଧ୍ୟ ସମାନ କଥା କହିଛନ୍ତି। ଅଧିକ ପରୀକ୍ଷା ପାଇଁ ପୁଲିସ ନାବାଳିକାକୁ ବାରିପଦା ପଠାଇଛି। ରାଜ୍ୟରେ ନାବାଳିକା ଯୌନ ନିର୍ଯାତନା ଥମିବାର ନାମ ଧରୁନଥିବା ବେଳେ ଏଭଳି ଏକ ସ୍ପର୍ଶକାତର ଘଟଣାରେ ପୀଡିତାର ପରିବାରକୁ ଆଶ୍ୱାସନା କିମ୍ବା ନ୍ୟାୟ ପାଇଁ ସହାୟାତା କରିବାକୁ କୌଣସି ସଂଗଠନ ଆଗକୁ ନଆସିବା ବିଡମ୍ବନାର ବିଷୟ। ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହ ଅଭିଯୁକ୍ତ ମାନଙ୍କୁ ତୁତରନ୍ତ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୀଡିତାଙ୍କ ମା ଦାବି କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories