www.samajalive.in
Wednesday, December 10, 2025
23.1 C
Bhubaneswar

ବକ୍ସ ଅଫିସରେ ସ୍ଥିତି ସୁଦୃଢ କରୁଛି ‘ଜୱାନୀ ଜାନେମନ’

ମୁମ୍ବଇ: ଶୁକ୍ରବାର ପରଦାକୁ ଆସିଥିବା ସୈଫ୍‍ ଅଲୀ ଖାନ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜୱାନୀ ଜାନେମନ’ ବକ୍ସ ଅଫିସରେ ଧୀରେଧୀରେ ନିଜର ସ୍ଥିତ ସୁଦୃଢ କରୁଛି। ମୁକ୍ତିଲାଭର ପ୍ରଥମ ଦିନରେ ଚଳଚ୍ଚିତ୍ର ୩.୨୪ କୋଟି ଟଙ୍କା ଆୟ କରିଥିଲା। ତେବେ ଶନିବାର ଦ୍ୱିତୀୟ ଦିନରେ ଏହାର ଆୟ ବୃଦ୍ଧି ହୋଇଥିବା ସୂଚନା ମିଳିଛି। ଦ୍ୱିତୀୟ ଦିନରେ ଚଳଚ୍ଚିତ୍ର ପ୍ରାୟ ୪.୫ କୋଟି ଟଙ୍କାର ବ୍ୟବସାୟ କରିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି। ରବିବାର ଏହାର ଆୟ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୪୦ କୋଟି ରହିଛି।

ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରରେ ସୈଫ୍‍ଙ୍କ ସହ ଅଲାୟା ଫର୍ନିଚରୱାଲା, ତବୁ, କୁମୁଦ ମିଶ୍ରା, ଫରିଦା ଜଲାଲ ଓ କୁବରା ସୈତ ପ୍ରମୁଖ ଅଭିନୟ କରିଛନ୍ତି। ଅଲାୟା ହେଉଛନ୍ତି ପୂଜା ବେଦୀଙ୍କ ଝିଅ ଓ ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ ବଲିଉଡ଼ରେ ପାଦ ଥାପିଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories