www.samajalive.in
Wednesday, December 10, 2025
23.1 C
Bhubaneswar

ଏୟାର ଇଣ୍ଡିଆ ବିମାନରେ ​ଉହାନରୁ ଫେରିଲେ ୭ ମାଳଦ୍ୱୀପ ନାଗରିକ ; କାନ୍ଦୁଛନ୍ତି ପାକିସ୍ତାନୀ ଛାତ୍ର

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସାରା ବିଶ୍ବରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତ ପଡୋଶୀ ଦେଶକୁ ସହାୟତାର ହାତ ବଢାଇଛି । କରୋନା ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳ କୁହାଯାଉଥିବା  ଚୀନ୍‍ର ଉହାନରେ ଥିବା ମାଳଦ୍ୱୀପର ୭ ଜଣ ନାଗରିକଙ୍କୁ ଏୟାର୍‍ ଇଣ୍ଡିଆ ବିମାନ ଯୋଗେ ନୂଆଦିଲ୍ଲୀ ଅଣାଯାଇଛି । ତେବେ ସେଠାରେ ଥିବା ପାକିସ୍ତାନୀ ଛାତ୍ର ତଥା ନାଗରିକ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି । କାରଣ ପାକିସ୍ତାନ ସରକାର ଉହାନରେ ଥିବା ନିଜ ଦେଶର ନାଗରିକମାନଙ୍କୁ ନିଜ ଦେଶକୁ ଫେରାଇଆଣିବାକୁ ମନା କରି ଦେଇଛି । ତେଣୁ କରୋନା ଭୂତାଣୁ ଭୟ ଏବଂ ମୃତ୍ୟୁ ଆଶଙ୍କାରେ ସେମାନେ କାନ୍ଦୁଥିବା ଦେଖିବାକୁ ମିଳିଛି । ଭାରତୀୟ ନାଗରିକଙ୍କୁ ସେଠାରୁ ଉଦ୍ଧାର କରାଯିବା ପରେ ପାକିସ୍ତାନୀ ଛାତ୍ର ତଥା ନାଗରିକ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଗଣ ମାଧ୍ୟମରେ ଭିଡିଓ ଶେୟାର କରିଛନ୍ତି।
ଅନ୍ୟ ପକ୍ଷରେ ଚୀନ୍‍ର ଉହାନରେ ଥିବା ମାଳଦ୍ୱୀପର ୭ ଜଣ ନାଗରିକଙ୍କୁ ଏୟାର୍‍ ଇଣ୍ଡିଆ ବିମାନ ନୂଆଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ତେଣୁ ମାଳଦୀପ ସରକାର, ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।  ମାଳଦ୍ୱୀପ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅବଦୁଲ୍ଲା ସାହିଦ୍‍ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍. ଜୟଶଙ୍କର ଏବଂ ମାଲେଠାରେ ଥିବା ଭାରତୀୟ ଦୂତାବାସ ପ୍ରତି ତାଙ୍କର କୃତଜ୍ଞତା ଜଣାଇଛନ୍ତି।
କରୋନା ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳ କୁହାଯାଉଥିବା ଉହାନରେ ରହୁଥିବା ୯ ଜଣ ମାଳଦ୍ୱୀପ ନାଗରିକଙ୍କ ମଧ୍ୟରୁ ୭ ଜଣଙ୍କୁ ଭାରତ ସରକାର ନୂଆଦିଲ୍ଲୀ ଆଣିଥିଲେ। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ମାଲେଠାରେ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ଉପଯୁକ୍ତ ସମୟରେ ମାଳଦ୍ୱୀପ ନାଗରିକଙ୍କୁ ଉହାନ୍‍ରୁ ସ୍ଥାନାନ୍ତର କରି ବିପଦ ସମୟରେ ମାଳଦ୍ୱୀପ ଜନସାଧାରଣଙ୍କ ସହ ଭାରତ ଦୃଢ଼ଭାବେ ଠିଆ ହୋଇଛି ବୋଲି ପ୍ରମାଣିତ କରିଛି । ଏହାଦ୍ୱାରା ଭାରତ ଓ ମାଳଦ୍ୱୀପ ମଧ୍ୟରେ ଥିବା ବହୁ ପୁରାତନ ସମ୍ପର୍କ ଅଧିକ ସୁଦୃଢ ହୋଇଛି। ଏହା ମଧ୍ୟ ଭାରତର ‘ପଡ଼ୋଶୀ ପ୍ରଥମ’ ନୀତି ଏବଂ ମାଳଦ୍ୱୀପର ଭାରତ ପ୍ରଥମ ନୀତି କାର୍ଯ୍ୟକାରିତାର ପ୍ରତିଫଳନ ବୋଲି ସ୍ପଷ୍ଟ ହୋଇଛି।


ସୂଚନାଯୋଗ୍ୟ, ଉହାନରୁ ଭାରତୀୟମାନଙ୍କୁ ଆଣିବା ପାଇଁ ଯାଇଥିବା ଏୟାର ଇଣ୍ଡିଆର ଦ୍ୱିତୀୟ ସ୍ୱତନ୍ତ୍ର ବିମାନ ରବିବାର ସକାଳେ ୩୨୩ ଜଣ ଭାରତୀୟଙ୍କୁ ଧରି ନୂଆଦିଲ୍ଲୀ ଫେରିଛି। ଏପର୍ଯ୍ୟନ୍ତ ୨୮୨ ଜଣ ଛାତ୍ରଙ୍କ ସମେତ ୬୪୭ ଜଣ ଭାରତୀୟଙ୍କୁ ଚୀନରୁ ଭାରତକୁ ଫେରାଇ ଅଣାଯାଇଛି।  ଭାରତୀୟମାନଙ୍କୁ ବିଭିନ୍ନ ସ୍ଥାନରୁ ଉହାନକୁ ଆଣିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ପରିବହନ ବ୍ୟବସ୍ଥା କରାଯାଇଥିଲା। ଏହି ବିମାନରେ ୭ଜଣ ମାଳଦ୍ୱୀପର ନାଗରିକଙ୍କୁ ଉଦ୍ଧାର କରାଯାଇଛି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories