www.samajalive.in
Monday, December 15, 2025
24.1 C
Bhubaneswar

ବୁଲିବାକୁ ଯାଆନ୍ତୁ ଏହି ଜାତୀୟ ଉଦ୍ୟାନ

ୱାଇଲ୍ଡ ଲାଇଫ ସଫାରୀ ରୋମାଞ୍ଚରେ ପରିପୂର୍ଣ୍ଣ ଅଟେ। ବହୁ ଲୋକଙ୍କୁ ଏହାକୁ ନିକଟରୁ ଦେଖିବାକୁ ବେଶ ପସନ୍ଦ କରିଥାଆନ୍ତି। ଜାଣନ୍ତୁ ଭାରତର ଏପରି କେତେକ ସ୍ଥାନ ବିଷୟରେ ଯେଉଁସ୍ଥାନ ଆପଣ ପାଇଁ ରୋମାଞ୍ଚକାରୀ ହେବା ସହ ସ୍ମରଣୀୟ ହୋଇ ରହିବ।
ବାନ୍ଦୀପୁର ଜାତୀୟ ଉଦ୍ୟାନ –
ଊଟିର ରାସ୍ତା ମଧ୍ୟରେ ମହିସୁର ଠାରୁ ୮୦ କିଲୋମିଟର ଦୂରରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ। ଏଠାରେ ବାଘ, ହାତୀ, ହରିଣ ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁ ମଧ୍ୟ ରହିଛନ୍ତି। ବନ୍ୟ ବିଭାଗ ତରଫରୁ ଏଠାରେ ସଫାରୀର ବ୍ୟବସ୍ଥା ରହିଛି। ଏହି ସ୍ଥାନ ୮୦୦ ବର୍ଗ କିଲୋମିଟର କ୍ଷେତ୍ରରେ ବିସ୍ତାରିତ ଅଟେ। ଏହି ସ୍ଥାନ ପ୍ରଚୁର ମାତ୍ରାରେ ସୁନ୍ଦର, ଗଭୀର ଜଙ୍ଗଲରେ ପୂର୍ଣ୍ଣ ଅଟେ। ଏଠାରେ ପେଚା, ଜଙ୍ଗଲୀ ପକ୍ଷୀ ଓ ଅନ୍ୟାନ୍ୟ ପକ୍ଷୀ ମଧ୍ୟ ଅଛନ୍ତି। ଏଠାକୁ ଆସି ପର୍ୟ୍ୟଟକମାନେ ଖୁବ ମଜା ନେଇଥାଆନ୍ତି। କେତେକ ଦୁର୍ଲୁଭ ପ୍ରଜାତିର ପଶୁପକ୍ଷୀ ମଧ୍ୟ ଦେଖାଯାଇଥାଆନ୍ତି।
କୋରବେଟ ଜାତୀୟ ଉଦ୍ୟାନ –
ଉତ୍ତରାଖଣ୍ଡର ନୈନିତାଲ ଜିଲାରେ ଅବସ୍ଥିତ କୋରବେଟ ଜାତୀୟ ଉଦ୍ୟାନ, ପ୍ରକୃତି ପ୍ରେମୀଙ୍କ ପାଇଁ ଏକ ଉକୃଷ୍ଟ ସ୍ଥାନ ଅଟେ। ପ୍ରତିବର୍ଷ ଏଠାକୁ ପ୍ରାୟ ୭୦ ହଜାର ପର୍ୟ୍ୟଟକ ଭ୍ରମଣର ମଜା ନେବାକୁ ଆସିଥାଆନ୍ତି। ଏଠାରେ ମଧ୍ୟ ବାଘ, ହାତୀ, ଚିତା ବାଘ, ସମ୍ବର, ନୀଳ ଗାଈ, କୁମ୍ଭୀର, କିଙ୍ଗ କୋବ୍ରା, ବିଲୁଆ ଭଳି ବିଭିନ୍ନ ବନ୍ୟ ଜନ୍ତୁ ଦେଖାଯାଆନ୍ତି।
କାହ୍ନା ଜାତୀୟ ଉଦ୍ୟାନ –
କାହ୍ନା ବ୍ୟାଘ୍ର ଅଭୟାରଣ୍ୟ ଯାହାକି କାହ୍ନା ଜାତୀୟ ଉଦ୍ୟାନ ନାମରେ ପରିଚିତ। ଏହା ମଧ୍ୟପ୍ରଦେଶରେ ଥିବା ସତପୁଡ଼ା ଜଙ୍ଗଲରେ ଅବସ୍ଥିତ। ଏଠାରେ ଅଧିକ ସଂଖ୍ୟାରେ ବାଘ ସହ ଅନ୍ୟାନ୍ୟ ଜୀବଜନ୍ତୁ ଦେଖାଯାଆନ୍ତି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories