www.samajalive.in
Tuesday, December 9, 2025
26.1 C
Bhubaneswar

ଗ୍ରାମଦେବୀ ମା’ ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଆରମ୍ଭ, ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ

ଜଟଣୀ : ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଠାରେ ଆଜିଠାରୁ ଉପକୂଳ ଓଡିଶା ପ୍ରସିଦ୍ଧ ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆରମ୍ଭ ହୋଇଛି। ସକାଳୁ ସକାଳୁ ମାନସିକ ବ୍ରତଧାରୀ ଉଭୟ ମହିଳା ପୁରୁଷମାନେ ନୂତନ ଵସ୍ତ୍ର ପରିଧାନ କରି ମାଝଣା ପୋଖରୀରୁ ଜଳ ଭର୍ତ୍ତି କଳସ ମୁଣ୍ଡରେ ରଖି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହାପରେ କଳସଗୁଡ଼ିକୁ ମା’ଙ୍କ ଯଜ୍ଞ ମଣ୍ଡପ ଉପରେ ସ୍ଥାପନା ହୋଇଥିଲା। ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ମା’ଙ୍କୁ ମହାସ୍ନାନ କରାଯାଇଥିଲା। ପ୍ରଥମେ ମା’ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଇଥିଲେ।

ଆଜି ପ୍ରତିପଦା ସହିତ ଦ୍ଵିତୀୟା ଥିବାରୁ ରାତ୍ର ୮ଟା ପରେ ମାଙ୍କୁ ବ୍ରାହ୍ମଚାରିଣୀ ବେଶରେ ସଜ୍ଜିତ କରାଯାଇଥିଲା। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚଣ୍ଡୀ ପାଠ ସହିତ ମା ଦର୍ଶନ ଦେଇଥିଲେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା କହିଥିଲେ।

- Advertisement -

ଆସନ୍ତା କାଲି ବିଶ୍ରାମ ଦିବସରେ କୌଣସି ବେଶ ନଥିବାରୁ ମା’ ତାଙ୍କର ସାଧାରଣ ବେଶରେ ଦର୍ଶନ ଦେବେ। ଚିତ୍ରକର ବିଜୟ କୁମାର ପଣ୍ଡା ବେଶ କରାଇଥିବା ବେଳେ ଅଭିରାମ କର ଓ ତାଙ୍କର ପତ୍ନୀ ସ୍ଵର୍ଣ୍ଣଲତା କର କର୍ତ୍ତାକର୍ତ୍ତା ଭାବେ ଦଶ ଦିନକାଳ ପୂଜାରେ ବସିବେ ବୋଲି କମିଟି ସମ୍ପାଦକ ଏଲ.ଡି. ମହାନ୍ତି ସୂଚନା ଦେଇଛନ୍ତି। ଏହି କ୍ଷର୍ଯ୍ୟକ୍ରମ କୁ ପରିଚାଳନା କମିଟିର ସଭାପତି ରାଧାମୋହନ ପଟ୍ଟନାୟକ , ଚଚି ତଦାଶ , ପୂର୍ଣଚନ୍ଦ୍ର ସାହାଣୀ , ଅଶୋକ କୁମାର ଦାଶ ପ୍ରମୁଖ ସହଯୋଗ କରିଥିଲେ l

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories