୯୦ ମିନିଟରେ ଜାପାନରେ ୨୧ ଥର ଭୂକମ୍ପ

ଟୋକିଓ : ଜାପାନରେ ସୋମବାର ୯୦ ମିନିଟ ବ୍ୟବଧାନରେ ୨୧ ଥର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ଭୋର ୪ଟା ୦୬ ମିନିଟରେ ପ୍ରଥମ ଝଟ୍‌କା ଅନୁଭୂତ ହୋଇଥିବା​‌େ​‌ବଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ରହିଥିଲା। ପରବର୍ତ୍ତୀ ସମୟରେ ୭.୬ (୪ଟା

prayash

୧୦ ମିନିଟ), ୬.୧ (୪ଟା ୧୮ ମିନିଟ), ୪.୫ (୪ଟା ୨୩ ମିନିଟ), ୪.୬ (୪ଟା ୨୯ ମିନିଟ), ୪.୮ (୪ଟା ୩୨ ମିନିଟ) ଏବଂ ୬.୨ (୪ଟା ୪୨ ମିନିଟ) ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଥିଲା। ଏହାବ୍ୟତୀତ ୪.୦ ତୀବ୍ରତାରୁ ଅଧିକ ଆଉ ୧୪ ଥର ଭୂମିକମ୍ପ ହୋଇଥିବା କୁହାଯାଇଛି। ୭.୬ ତୀବ୍ରତା କେରର୍ଡ କରାଯିବାପରେ ସୁନାମି ସତର୍କତା ଜାରି କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହାକୁ କୋହଳ କରାଯାଇଛି। ସୋମବାର ଭୋର ୪ଟା ୧୦ ମିନିଟ ସମୟରେ ଇସିକାୱା ପ୍ରଦେଶର ନୋତୋ ଅଞ୍ଚଳରେ ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଥିଲା। ଏଥିଯୋଗୁଁ ନୋତୋଠାରୁ ୩୦୦ କିମି ଦୂର ଜାପାନ ଉପକୂଳରେ ସୁନାମି ଆସିପାରେ ବୋଲି ସତର୍କବାଣୀ ଜାରି କରାଯାଇଥିଲା। ଘରଦ୍ବାର ଛାଡି ଉଚ୍ଚ ସ୍ଥାନକୁ ଚାଲିଯିବାକୁ ଲୋକଙ୍କୁ ନିର୍ଦେଶ ଦିଆଯାଇଥିଲା। ୱାଜିମା ସହର ଊପକୂଳରେ ୧.୨ ମିଟର ଉଚ୍ଚର ଢେଉ ଆସିଥିବାବେଳେ ନୋତୋ ଅଞ୍ଚଳରେ ୫ ମିଟର ଉଚ୍ଚତାର ଢେଉ ଆସିବ ବୋଲି କୁହାଯାଇଥିଲା। ସୁନାମି ସତର୍କତା କୋହଳ କରାଯାଇଥିବା ସତ୍ତ୍ବେ ବାରମ୍ବାର ଝଟ୍‌କାର ଅନୁଭୂତ ହେଉଥିବାରୁ ଘରକୁ ନ ଫେରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇନଥିଲେ ସୁଦ୍ଧା ଅଧିକାଂଶ ବାସଗୃହ ଭାଙ୍ଗିଯାଇଛି। ଗଛ ଉପୁଡି ରାସ୍ତା ଅବରୋଧ ହୋଇଥିବାବେଳେ ୩୩ ହଜାର ବାସଗୃହରେ ବିଦ୍ୟୁତ୍‌ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଜାପାନରେ ସିରିଜ୍‌ ଭୂମିକମ୍ପ ଅନୁଭୂତ ହେବାପରେ ରୁଷ୍‌ର ସାଖାଲିନ ଦ୍ବୀପ ଓ ଭ୍ଲାଡିଭୋଷ୍ଟକ ସହର ପାଇଁ ଆଲର୍ଟ ଜାରି କରାଯାଇଛି।
୯୦ ମିନିଟରେ ଜାପାନରେ…

Comments are closed.