www.samajalive.in
Sunday, December 7, 2025
23.1 C
Bhubaneswar

ଶାସ୍ତ୍ରୀନଗରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ

ରେଙ୍ଗାଲିକେମ୍ପ : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଅନେକ ମନ୍ଦିର ,ଗ୍ରାମ ମାନଙ୍କରେ ବଡ ଧୁମଧାମରେ ପାଳିତ ହୋଇଥାଏ ।କୁମାରୀ ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ପର୍ୟ୍ୟନ୍ତ ସମସ୍ତ କୃଷ୍ଣ ପ୍ରେମୀ ଏହି ଉତ୍ସବରେ ନିଜକୁ ସାମିଲ କରିଥାନ୍ତି। ଦିନସାରା ଉପବାସ ରହି ରାତିରେ ମନ୍ଦିର କୁ ପୂଜା ସାମଗ୍ରୀ ଧରି ଯାଇଥାନ୍ତି।ରୀତି ନୀତିରେ ପୂଜା ହୁଏ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କଥା ଶ୍ରବଣ କରି ସମସ୍ତେ ଖୁସି ହୁଅନ୍ତି। ସନ୍ତାନହିନା ନାରୀ ମାନେ ଏହି ପୂଜା କରି ଶ୍ରୀକୃଷ୍ଣଙ୍କ ଜନ୍ମ ଚରିତ ଶୁଣନ୍ତି,ଏବଂ ପୁତ୍ର ଲାଭର କାମନା କରନ୍ତି। କିନ୍ତୁ ଗତ ବର୍ଷରୁ କରୋନା କଟକଣା ଯୋଗୁଁ ସବୁ କିଛି ଫିକା ପଡ଼ିଯାଇଛି।ତଥାପି ଅତାବିରା ଶାସ୍ତ୍ରୀ ନଗରରେ ବଡ ଧୁମ୍ ଧାମରେ ଏହା ପାଳିତ ହୋଇଯାଇଛି। କଲୋନୀରେ କୁନି କୁନି ପିଲା ମାନେ କୃଷ୍ଣ ,ବଳରାମ,ରାଧିକା,ଗୋପୀ,ଗୋପାଳ ଆଦି ବେଶରେ ସଜ୍ଜିତ ହୋଇ କୃଷ୍ଣ ଲୀଳା ର ଝଲକ୍ ସୃଷ୍ଟି କରନ୍ତି । ସତେ ଯେପରି ଏଇ କଲୋନୀ ପ।ଲଟିଯାଏ ଗୋପପୁର। ଉପବାସ କରିଥିବା ସମସ୍ତ ମହିଳା ମାନେ ଏକତ୍ରିତ ହୋଇ ପୂଜା କରନ୍ତି। ବ୍ରାହ୍ମଣ ବ୍ରତ କଥା ଶୁଣାନ୍ତି। ଏହାପରେ ଗୋପାଳ ପିଲାଙ୍କ ମେଳରେ ସୂ ସଜ୍ଜିତ ଦହି ହାଣ୍ଡି କୁ ଭଙ୍ଗାଯାଏ କୁନି କୁନି କୃଷ୍ଣ ମାନଙ୍କ ଦ୍ଵାରା। ସମସ୍ତେ ଦହି ସହ ବିଭିନ୍ନ ପ୍ରକାର ର ପିଠାପଣା ଓ ପ୍ରସାଦ ଖାଇ ବେଶ୍ ମଜା ନିଅନ୍ତି। ଚଳିତ ବର୍ଷ ତେଜସ୍ମାନ ମେହେର ଓ ଶ୍ରେୟାଂଶ ସାହୁ କୃଷ୍ଣ ବେଶ,ପରମଜିତ ହୋତା ଓ ଅଭିଷେକ ମହାକୁର ବଳରାମ ବେଶରେ,ପରାଗ ମାଲବ୍ୟ ଓ ପୀୟୂଷ ମାଲବ୍ୟ ଗୋପାଳ,ପୂର୍ବି ମାଲବ୍ୟ , ଆକୃତି ଦେବତା ଓ ନିକିତା କୁଲୁଶ୍ରି ରାଧା ବେଶ,ଅଭିଜିତ ହୋତା ସୁଦାମା, ବୁଲବୁଲ କୁଲୁଶ୍ରୀ ଗୋପୀ ବେଶ , ଏବଂ ସାଗର ମେହେର ଓ ଆକାଶ ମିଶ୍ର ନନ୍ଦ ରାଜା ବେଶ ରେ ନିଜ ନିଜର ଲୀଳା ପ୍ରଦର୍ଶନ କରିଥିଲେ। ଶ୍ରୀକୃଷ୍ଣ ପ୍ରେମମୟ ହୋଇ ଉଠେ କଲୋନୀ ଓ ଏକ ଭକ୍ତି ଓ ଭାବମୟ ପରିବେଶ ରେ ବିଭୋର ହୋଇ ଉଠନ୍ତି କଲୋନୀ ର ବୟସ୍କ ବ୍ୟକ୍ତି ମାନେ। ରାତି ପ୍ରାୟ ୧୧ ଟା ଯାଏ ଏହି କାର୍ୟ୍ୟକ୍ରମ ଚାଲୁ ରହିଥିଲା ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories