ସୁଆଣ୍ଡୋ : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ଉତ୍ସବମୁଖର ହୋଇ ଉଠିଛି। ଠାକୁରଙ୍କ ଦୈନିକ ନୀତିକାନ୍ତି ସରିଲା ପରେ ଭକ୍ତଙ୍କ ଗହଳି ଲାଗି ରହିଛି। ହାତରେ ସୁବର୍ଣ୍ଣ ବଂଶୀ, ମଥାରେ କିରୀଟି, ପାଟ ପିତାମ୍ବରୀ ପିନ୍ଧି ଠାକୁର ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି। ଏହି ଅବସରରେ ବିଶ୍ଵଶାନ୍ତି ମହାଯଜ୍ଞ ଅଖଣ୍ଡ ଗୋପାଳ ଶହସ୍ରନାମ ପାଠ ସ୍ୱାସ୍ଥ୍ୟସେବା ଶିବିର ଆରମ୍ଭ ହୋଇଛି। ସେହିପରି ସନ୍ଧ୍ୟାରେ ଭଜନ ସମାରୋହ ଓଡ଼ିଶୀ ନୃତ୍ୟ ଆଧ୍ୟାତ୍ମିକ ସଭା କରାଯିବାର କାର୍ୟ୍ୟକ୍ରମ ରହିଛି। ଗାଡ଼ି ମଟର ରେଳ ଯୋଗେ ସକାଳୁ ଶ୍ରଦ୍ଧାଳୁଙ୍କ ଆଗମନ ଲାଗିରହିଛି।
Popular Categories



