www.samajalive.in
Saturday, December 6, 2025
26.1 C
Bhubaneswar

ଜନାର୍ଦ୍ଦନ ରେଡ୍ଡୀ ନିରୁଦ୍ଦିଷ୍ଟ: ପୁଲିସ

ବଲାରି: ଖଣି ମାଫିଆ ତଥା ପୂର୍ବତନ ମନ୍ତ୍ରୀ ବିଜେପି ନେତା ଜି ଜନାର୍ଦ୍ଦନ ରେଡ୍ଡୀଙ୍କ ନାମରେ ଲାଞ୍ଚ ଅଭିଯୋଗ ଆସିଛି। ଏହି ମାମଲାରେ ପୁଲିସ ତାଙ୍କୁ ଖୋଜୁଥିବା ବେଳେ ସେ ନିଖୋଜ ଅଛନ୍ତି ବୋଲି ପୁଲିସ କହିଛି।
ବ୍ୟବସାୟୀରୁ ରାଜନେତା ପାଲଟିଥିବା ତଥା କର୍ଣ୍ଣାଟକ ରାଜନୀତିରେ କ୍ଷମତାଶାଳୀ କୁହାଯାଉଥିବା ଜନାର୍ଦ୍ଦନ ରେଡ୍ଡୀଙ୍କ ନାମରେ ଏକାଧିକ ଦୁର୍ନୀତି ମାମଲା ରହିଛି। ତିନି ବର୍ଷ ଜେଲ୍‍ରେ ରହିବା ପରେ ୨୦୧୫ରେ ସେ ଜାମିନ୍‍ରେ ମୁକୁଳିଛନ୍ତି। ଏବେ ପୁଣି ତାଙ୍କ ନାମରେ ନୂଆ ଅଭିଯୋଗ ଆସିଛି। ଆମ୍ବିଡେଣ୍ଟ ଗ୍ରୁପ୍‍ର ମାଲିକ ସୟଦ ଅହମ୍ମଦ ଫରିଦ୍‍ ଜନାର୍ଦ୍ଦନ ରେଡ୍ଡୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଛନ୍ତି। ବି ଏସ୍‍ ୟେଦ୍ଦୁରପ୍ପାଙ୍କ ମୁଖ୍ୟମନ୍ତ୍ରୀତ୍ୱ ଅମଳରେ ଦୁର୍ନୀତି ଅଭିଯୋଗରୁ ମୁକ୍ତ କରିବା ପାଇଁ ଶ୍ରୀ ରେଡ୍ଡି ସୟଦ ଅହମ୍ମଦ ଫରିଦ୍‍ଙ୍କଠାରୁ ୧୮ କୋଟି ଟଙ୍କାର ଲାଞ୍ଚ ମାଗିଥିଲେ। ଏହି ମାମଲାରେ ବେଙ୍ଗାଲୁରୁ କ୍ରାଇମ୍‍ ବ୍ରାଞ୍ଚ ତାଙ୍କୁ ଖୋଜୁଛି। ଆମ୍ବିଡେଣ୍ଟ ଗ୍ରୁପ୍‍ ସୟଦ ଅହମ୍ମଦ ଫରିଦ୍‍ ଲୋକଙ୍କଠାରୁ ୬୦୦ କୋଟି ଟଙ୍କାର ଜମା ସଂଗ୍ରହ କରି ଫେରାଇ ନଥିଲା। ସଂସ୍ଥା ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସୟଦ ଅହମ୍ମଦ ଫରିଦ୍‍ ଶ୍ରୀ ରେଡ୍ଡିଙ୍କୁ ଏକ ହୋଟେଲ୍‍ରେ ଭେଟିଥିଲେ। ୧୮ କୋଟି ଟଙ୍କା ଦେଲେ ଦୁର୍ନୀତି ଅଭିଯୋଗରୁ ତାଙ୍କୁ ମୁକ୍ତି ମିଳିପାରିବ ବୋଲି ଶ୍ରୀ ରେଡ୍ଡୀ ପ୍ରତିଶ୍ରୁତି ଦେଇଥିଲେ। ସୟଦ ଅହମ୍ମଦ ଫରିଦ୍‍ଙ୍କଠାରୁ ବିଭିନ୍ନ ବ୍ୟକ୍ତିଙ୍କ ଜରିଆରେ ଶ୍ରୀ ରେଡ୍ଡି ଉପକୃତ ହୋଇଥିଲେ। ରମେଶ କୋଠାରୀ ନାମକ ଜଣେ ଶେୟାର ଦଲାଲ୍‍ଙ୍କୁ ସୟଦ ଅହମ୍ମଦ ଫରିଦ୍‍ ୧୮ କୋଟି ଟଙ୍କା ଦେଇଥିଲେ। ସେହି ଟଙ୍କାରେ ୫୭ କେଜିର ଏକ ସୁନା ହାର ନିର୍ମାଣ କରାଯାଇ ଅଲି ଖାନ୍‍ ନାମକ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିଲା। ଅଲି ଖାନ୍‍ ସେହି ହାରକୁ ଜନାର୍ଦ୍ଦନ ରେଡ୍ଡିଙ୍କୁ ଦେଇଥିଲେ। ଜନାର୍ଦ୍ଦନ ରେଡ୍ଡିଙ୍କ ସହିତ ଅଲି ଖାନ୍‍ ମଧ୍ୟ ଫେରାର ଅଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories