ଜଗତସିଂହପୁର : ଜଗତସିଂହପୁରରେଏକ ଡ୍ରେସ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ଗୁରୁବାର ଭୋର ସମୟରେ କୁଜଙ୍ଗ ବ୍ଲକ ରାହାମା ବଜାରରେ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ୫ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି। ଡ୍ରେସ ଦୋକାନ ପାଖରେ ଦୁଇଟି ବ୍ୟାଙ୍କ ଓ ଅନ୍ୟ ଦୋକାନ ଥିଲେ ମଧ୍ୟ କୌଣସି କ୍ଷତି ହୋଇ ନଥିବା ଜଣାପଡିଛି।
Popular Categories



