www.samajalive.in
Saturday, December 6, 2025
14.1 C
Bhubaneswar

ନିଆରା ଢଙ୍ଗରେ ଦୀପାବଳି ପାଳନ କଲେ ଯୁବ ସମାଜସେବୀ

କଟକ : ଯୁବ ସମାଜସେବୀମାନେ ଗରିବମାନଙ୍କ ସହ ଦୀପାବଳି ପର୍ବ ପାଳନ କରିଛନ୍ତି। କଟକ ରେଳ ଷ୍ଟେସନରେ ଥିବା ଗରିବ ବ୍ୟକ୍ତିଙ୍କ ସହ ଦୀପ ଜଳାଇ ଏହି ପର୍ବ ବୁଧବାର ରାତି ୮.୩୦ଟାରେ ପାଳନ କରିଛନ୍ତି। ଯୁବପିଢିମାନେ ସେମାନଙ୍କୁ ଦୀପ ଜଳାଇବାକୁ ସମସ୍ତ ଦ୍ରବ୍ୟ ଯୋଗାଇ ଦେଇଥିଲେ। ତାପରେ ତାଙ୍କ ସହ ବାଣ ଫୁଟାଇ ଥିଲେ। ଏନେଇ ସେମାନେ ଖୁବ ଖୁସି ହୋଇଥିଲେ। ବାଣ ଫୁଟାଇବା ଓ ଦୀପ ଜଳାଇବା ସମୟରେ ସେଠାରେ ଥିବା ସମସ୍ତ ଗରିବ ବ୍ୟକ୍ତି ଅତ୍ୟନ୍ତ ଖୁସିର ସହ ଏହି ପର୍ବ ପାଳନ କରିଥିଲେ। ଶେଷରେ ଯୁବପିଢିମାନେ ସମସ୍ତଙ୍କୁ ମିଷ୍ଠାନ୍ନ ବାଣ୍ଟିଥିଲେ।

ଯୁବପିଢିଙ୍କର ଏପରି ପଦକ୍ଷେପକୁ ଉପସ୍ଥିତ ଥିବା ଅନେକ ଲୋକ ପ୍ରଶଂସା କରିଥିଲେ। ଯୁବ ସମାଜସେବୀମାନେ ହେଲେ ରାଜେଶ ନାୟକ, ଶକ୍ତିପ୍ରସାଦ ବେହେରା, ଅଭିଜିତ ଦାସ, ବଳରାମ ସାହୁ, ପ୍ରଜ୍ଞାସିନୀ ମଲ୍ଲିକ, ସନ୍ଧ୍ୟାରାଣୀ ଦଳେଇ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories