www.samajalive.in
Sunday, December 14, 2025
14.1 C
Bhubaneswar

ଜ୍ଞାନପ୍ରଭା ମିଶନ ପକ୍ଷରୁ ସାମାଜିକ ଓ ଆଧ୍ୟାତ୍ମିକ ସଚେତନତା ଶିବିର

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତରେ ଥିବା କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ଦୁଇ ଦିନିଆ ସାମାଜିକ ଓ ଆଧ୍ୟାତ୍ମିକ ସଚେତନତା ଶିବିର ‘ପ୍ରଜ୍ଞାଧାରା’ ଆୟୋଜିତ ହୋଇଅଛି। ଏହି ଶିବିରରେ ୨୦୦ ଜଣ ଛାତ୍ରୀ ଯୋଗଦାନ କରିଅଛନ୍ତି । ଲୁପ୍ତ ହୋଇଯାଉଥିବା ଭାରତୀୟ ବୈଦିକ ସଂସ୍କୃତି ଓ ପରମ୍ପରାର ପୁନଃଉତ୍ଥାନ କରି ନାରୀମାନଙ୍କ ଭିତରେ ଆତ୍ମଜାଗରଣ ସୃଷ୍ଟିକରିବା।
ଶିବିରର ଉଦ୍ ଘାଟନ ଉତ୍ସବରେ ଜ୍ଞାନପ୍ରଭା ମିଶନର ସନ୍ନ୍ୟାସିନୀ ସ୍ବାମୀ ଜ୍ୟୋତ୍ତିର୍ମୟାନନ୍ଦ ଗିରି ଓ ସ୍ଵାମୀ ଦୁର୍ଗେଶାନନ୍ଦ ଗିରି, ଅନସ୍ବୟା ସାମଲ ଓ ପୁଝାରୀଗୁଡା ପଞ୍ଚାୟତର ସରପଞ୍ଚ ଶୁଶ୍ରୀ ଅମିତା କାଡ୍ରାକା ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ନାରୀମାନଙ୍କ ଭିତରେ ଲୁପ୍ତ ହୋଇ ଯାଉଥିବା ଦୈବିକ ଶକ୍ତିକୁ ଜାଗ୍ରତ କରିବା ସହିତ ନାରୀ ରମଣୀ ନହୋଇ ଜନନୀର ସ୍ଥାନରେ ପ୍ରତିଷ୍ଠିତ ହେବାକୁ ପ୍ରେରଣା ଦେଇଥିବା ବେଳେ, ଗୋଟିଏ ସୁସ୍ଥ ସମାଜ ଗଠନ ପାଇଁ ନାରୀର ଭୂମିକା ଯେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିଭାଷଣ ରଖିଥିଲେ।
କସ୍ତୁରୀବା ଗାନ୍ଧୀ ବାଳିକା ବିଦ୍ୟାଳୟର ୱାଡେନ ଅନସ୍ବୟା ସାମଲଙ୍କ ସହଯୋଗରେ ଏହି ‘ପ୍ରଜ୍ଞାଧାରା’ ଶିବିର ଅନୁଷ୍ଠିତ ହୋଇଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories