www.samajalive.in
Sunday, December 14, 2025
26.1 C
Bhubaneswar

ଚିନ୍ତନ ଶିବିରରେ ଯୋଗଦେଲେ କ୍ରୀଡ଼ା ମନ୍ତ୍ରୀ ଓ ଶାସନ ସଚିବ, ଓଡିଶା କ୍ରୀଡ଼ାର ଝଲକ ଦେଖିବ ସବୁ ରାଜ୍ୟ

ଭୁବନେଶ୍ୱର:ମଣିପୁରର ରାଜଧାନୀ ଇମ୍ଫାଲଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ଚିନ୍ତନ ଶିବିରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ କମିଶନର ତଥା ଶାସନ ସଚିବ ଆର. ଭିନୀଲ କ୍ରୀଷ୍ଣା ଯୋଗ ଦେଇଛନ୍ତି। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତିନିଧିିତ୍ୱ କରିବା ସହ କ୍ରୀଡାର ବିକାଶ ଓ ଉନ୍ନତି ନେଇ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପମାନ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି କ୍ରୀଡ଼ା ମହାସମ୍ମିଳନୀରେ ଯୋଗଦେବା ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ମତ ରଖି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ରାଜ୍ୟରେ ଅନେକଗୁଡିଏ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସହ ଏସିଆନ ଆଥଲେଟିକ୍ସ, ହକି ପୁରୁଷ ବିଶ୍ୱ କପ, ଫିଫା ମହିଳା ବିଶ୍ୱକପ ଭଳି ଯେଉଁ ସବୁ ଇଭେଣ୍ଟର ସଫଳ ଆୟୋଜନ କରିବାକୁ ଆମେ ସମର୍ଥ ହୋଇଛୁ ତାକୁ ଏଠାରେ ପ୍ରଦର୍ଶନ କରିବାର ସୁଯୋଗ ସୃଷ୍ଟି ହୋଇଛି।

- Advertisement -

ଏଥି ସହିତ ଅନ୍ୟ ରାଜ୍ୟ ଦ୍ୱାରା ଆପଣା ଯାଇଥିବା ଉନ୍ନତ କ୍ରୀଡ଼ା ପ୍ରକଳ୍ପଗୁଡିକୁ ଅନୁଧ୍ୟାନ କରି ଏହାକୁ କିଭଳି ଭାବେ ଆମ ରାଜ୍ୟରେ ଉପଯୋଗ କରିହେବ ସେଥିନେଇ ଏହି ସମ୍ମିଳନୀରୁ ଆମେ ଶିକ୍ଷା ଗ୍ରହଣ କରିବୁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ଆଜି ଠାରୁ ଆରମ୍ଭ ହୋଇଥିବା ଚିନ୍ତନ ଶିବିର ଦୁଇ ଦିନ ଧରି ଚାଲିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories