www.samajalive.in
Sunday, December 14, 2025
14.1 C
Bhubaneswar

ମଦ୍ୟପ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଏପରି କହିଥିଲେ ପତ୍ନୀ, ହେଲେ ଅନ୍ତିମ ସଂସ୍କାର ବେଳେ…

ଲୁଧିଆନା – ପଞ୍ଜାବର ଲୁଧିଆନାରେ ମଦ୍ୟପ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଜଣେ ମହିଳା ତାଙ୍କ ଆତ୍ମୀୟ ସ୍ୱଜନଙ୍କୁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କଥା କହିଥିଲେ । ମୃତକ ଜଣଙ୍କ ପ୍ରଚୁର ମଦ୍ୟପାନ କରୁଥିବାରୁ ପରିବାର ଲୋକ ମଧ୍ୟ ବିଶ୍ୱାସ କରିଯାଇଥିଲେ।

ହେଲେ ଅନ୍ତିମ ସଂସ୍କାର ସମୟରେ ମୃତକଙ୍କ ଶରୀରରେ କିଛି ଆଘାତର ଚିହ୍ନ ତାଙ୍କ ଭାଇ ଦେଖିବା ପାଇଁ ପାଇଥିଲେ । ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ତିମ ସଂସ୍କାରକୁ ରୋକିଥିଲେ ।

- Advertisement -

ମୃତକ ମଦ୍ୟପାନ କରିବା ପରେ ତାଙ୍କ ସ୍ତ୍ରୀ ଏବଂ ଝିଅକୁ ପ୍ରବଳ ମାଡ ମାରୁଥିବା ଅଭିଯୋଗ ହୋଇଛି । ଘଟଣା ଘଟିବା ରାତିରେ ସେ ମଧ୍ୟ ସ୍ତ୍ରୀ ଏବଂ ଝିଅକୁ ମାଡ ମାରିଥିଲେ । ଏଥିରେ ତାଙ୍କ ସ୍ତ୍ରୀ ରାଗିଯାଇ ଏକ କପଡାରେ ତାଙ୍କ ବେକକୁ ଭିଡି ଧରିବାରୁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା । ରାତିରେ ମୃତ ଦେହ ସହ ରହି ସକାଳେ ସେ ତାଙ୍କ ବନ୍ଧୁବାନ୍ଧବଙ୍କୁ ହୃଦଘାତରେ ମୃତ୍ୟୁ ହୋଇଥିବା କଥା କହିଥିଲେ ।

ମଦ୍ୟପାନ କରୁଥିବାରୁ ହୃଦଘାତ ହୋଇଥିବା କଥା ସମସ୍ତେ ବିଶ୍ୱାସ କରିଥିଲେ। ହେଲେ ମୃତକଙ୍କ ଭାଇଙ୍କ ଅଭିଯୋଗ ପରେ ପୁଲିସ ଅନ୍ତିମ ସଂସ୍କାର କାର୍ଯ୍ୟ ରୋକି ଶବ ଜବତ କରିଥିଲା । ପରେ ତାଙ୍କ ପତ୍ନୀ ତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories