ସମସରପୁରରେ ଜନସଂପର୍କ ପଦଯାତ୍ରା
ଆଠଗଡ : ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ରୁ ନଭେମ୍ଭର ୨ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଜନସଂପର୍କ ପଦଯାତ୍ରା ଆୟୋଜିତ ହେଉଛି । ଏହି ପରୀପ୍ରେକ୍ଷୀରେ ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ଶନିବାର ସ୍ଥାନୀୟ ସମସରପୁର ପଞ୍ଚାୟତର ଆଙ୍କୁଲା ଗ୍ରାମଠାରୁ ଆରମ୍ଭ ହୋଇଥିବା ଜନସଂପର୍କ ପଦଯାତ୍ରା ଅମୃତ ମଣୋହିପାଟଣା ଗ୍ରାମଠାରେ ଶେଷ ହୋଇଛି । ସମସରପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା ସମୟରେ ପଥପ୍ରାନ୍ତ ସଭାରେ ଯୋଗଦେଇଥିବା ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ, ଜିଲ୍ଲା ଉପସଭାପତି ନୃସିଂହ ଚରଣ ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ରାଉତ, ସମିତି ସଭ୍ୟଙ୍କ ପ୍ରତିନିଧି ନବକୃଷ୍ଣ ମହାପାତ୍ର, ପଞ୍ଚାୟତ ବିଜେଡି ସଭାପତି ନୀଳମଣି ସାହୁ, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ଶ୍ରମିକନେତା ରୋହିତ ପ୍ରଧାନ, ଅଶୋକ ପ୍ରଧାନ, ଛାତ୍ରନେତା ଶୁଭେନ୍ଦୁ ବେଉରା, ପ୍ରଭଞ୍ଜନ ସେଠୀ, ଆଶିଷ ସିଂହ, ବିଭୂତି ଖଟୁଆ, ଜ୍ୟୋତିରଞ୍ଜନ ଦାସ, ବିବେକାନନ୍ଦ ସାମନ୍ତରାୟ, ଶେଷଦେବ ରାଉତଙ୍କ ସମେତ ବହୁ ଦଳୀୟ ନେତା ଓ ନାରୀନେତ୍ରୀ ଯୋଗଦେଇ ବିଗତ ୨୨ବର୍ଷ ଶାସନ କାଳରେ ବିଜେଡି ସରକାର ରାଜ୍ୟରେ ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ଏବଂ ଜନହିତକର କାର୍ଯ୍ୟ ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ପ୍ରତିବଦ୍ଧ ରହି ସେହି ଅନୁଯାୟୀ ସବୁ କ୍ଷେତ୍ରରେ ବିକାଶକୁ ଗତିଶୀଳ କରୁଛନ୍ତି ବୋଲି ସଭାପତି ଶ୍ରୀ ରାଉତ ପ୍ରକାଶ କରିଥିଲେ । ଏହି ଜନସଂପର୍କ ପଦଯାତ୍ରାରେ ସମସରପୁର ପଞ୍ଚାୟତର ଶତାଧିକ ଦଳୀୟ କର୍ମୀ ଯୋଗଦେଇଥିଲେ।
Comments are closed.