www.samajalive.in
Sunday, December 14, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଦାବିପତ୍ର

ସମ୍ବଲପୁର : ଦେଶରେ ଜନସଂଖ୍ୟା ବିସ୍ପୋରଣ ଏକ ବଡ ସମସ୍ୟାର ରୂପ ଧାରଣ କଲାଣି । ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ କରା ନ ଗଲେ ଭବିଷ୍ୟତରେ ଏହା ଦେଶର ଆଭ୍ୟନ୍ତରୀଣ, ବାହ୍ୟ ସୁରକ୍ଷା ସହିତ ଆର୍ଥିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ମଧ୍ୟ ଏକ ବଡ ବିପଦ ପାଲଟିବ। ଜାତି, ଧର୍ମ, ବର୍ଣ୍ଣ, ଭାଷା, ପ୍ରାନ୍ତୀୟ ବିଚାରଧାରା ନିର୍ବିଶେଷରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶରେ ଏକ କଠୋର ଆଇନର ଆବଶ୍ୟକତା ରହିଛି । ଏଥି ପାଇଁ ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲାଣି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଆନ୍ଦୋଳନ କରି ଆସୁଛି । ଗତ ଛଅ ମାସ ହେଲା ଫାଉଣ୍ଡେସନ ପକ୍ଷରୁ ଦେଶବ୍ୟାପୀ ଦସ୍ତଖତ ଅଭିଯାନ ଚାଲିଥିଲା। ଦେଶରେ ଏକ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ପ୍ରଣୟନ ପାଇଁ ଦାବୀ କରି ଫାଉଣ୍ଡେସନର ରାଷ୍ଟ୍ରୀୟ ସଂଯୋଜକ ଅନିଲ ଚୌଧୁରୀ ଆମରଣ ଅନଶନରେ ବସିଛନ୍ତି । ଦୀର୍ଘ ୧୨ ଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଅନିଲ ଚୌଧୁରୀଙ୍କ ସମର୍ଥନରେ ଓ ଦେଶରେ ଏକ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ପ୍ରଣୟନ ପାଇଁ ଦାବୀକୁ ନେଇ ଆଜି ସମଗ୍ର ଦେଶରେ ଏକ ବିଶେଷ କାର୍ୟ୍ୟକ୍ରମ ହାତକୁ ନିଆଯାଇଥିଲା । ଦେଶରେ ଚାରି ଶହରୁ ଉର୍ଦ୍ଧ୍ବ ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ଦେଶର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ଏହି ମର୍ମରେ ଆଜି ସମ୍ବଲପୁରରେ ମଧ୍ୟ ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ହୋଇଯାଇଛି । ଫାଉଣ୍ଡେସନର ସମ୍ବଲପୁର ଜିଲ୍ଲା ସଭାପତି ସୁଜିତ୍ କୁମାର ମିଶ୍ରଙ୍କ ନେତୃତ୍ବରେ ଫାଉଣ୍ଡେସନର ପଦାଧିକାରୀ ମାନେ ଜିଲ୍ଲାପାଳ ଶ୍ରୀମତୀ ଅନନ୍ୟା ଦାସ ଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଗୋବିନ୍ଦ ଅଗ୍ରୱାଲ, ପ୍ରଦିପ ସୁପକାର, ଭାରତୀ ପଣ୍ଡା, ମାନସ ରଞ୍ଜନ ବକ୍ସି, ତୃପ୍ତିମୟୀ ପଣ୍ଡା, ଆଶୁତୋଷ ବିଶି, ପୁଷ୍ପାଞ୍ଜଳି ଜେନା, ଦାମୋଦର କର, ମିଳନ ମହାରଣା, ସୋମିକ ଵାବୁ, ଦଶରଥ ବଞ୍ଛୋର୍, ଅରବିନ୍ଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories