www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପୂର୍ବ ଦୀପାବଳି ଉତ୍ସବ ପାଳନ 

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଭଞ୍ଜ ମଣ୍ଡପରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧକ୍ଷତାରେ ପୂର୍ବ ଦୀପାବଳି ଉତ୍ସବ ପାଳନ ହୋଇଥିଲା। ଏଥିରେ ଅତିଥି ଭାବେ ଜେଏନୟୁର ପ୍ରଫେସର ଅମିତା ସିଂ, ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ, ଫାଇନାସ କମିଶନ ବିଭାଗର ପୂର୍ବତନ ଅଧକ୍ଷ ପ୍ରଫେସର ସୁଧାକର ପଣ୍ଡା, ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀ, ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ୱାଡେନ ପ୍ରଫେସର ସୁଧାକର ପାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଦୀପ ଦ୍ୱାରା ମଣ୍ଡପକୁ ସଜା ଯାଇଥିଲା। ଏହି ଅବସରରେ କୁଳପତି ପ୍ରଫେସର ଦାଶ କହିଥିଲେ ପ୍ରଦୂଷଣ ରୋକିବା ପାଇଁ ଅଧିକ ଶବ୍ଦ ଯୁକ୍ତ ବାଣ ନ ଫୁଟାଇ ଦୀପରେ ସଜାଇ ଦୀପାବଳି ପାଳିବାକୁ କହିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମସ୍ତେ ଏକ ପରିବାର ଭଳି ରହିଥିବାରୁ ସମ୍ପର୍କ ନିବିଡ ହେବା ପାଇଁ ଏହିଭଳି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଦୀପ ଲଗାଇ ଅନ୍ଧାରକୁ ଦୂର କରି ଆଲୋକ ମୟ କରିବାକୁ କହିଥିଲେ। ଯଦ୍ୱାରା ସୁ ଚିନ୍ତନ, ସୁ ଜ୍ଞାନ, ସୁ ସମ୍ପର୍କ ରହିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମକୁ ଡ଼. ମିହିର କୁମାର ତ୍ରିପାଠୀ ପରିଚାଳନା କରିଥିବା ବେଳେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର, ଛାତ୍ରୀ ଯୋଗ ଦେଇଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories