www.samajalive.in
Sunday, December 14, 2025
14.1 C
Bhubaneswar

୨୨ରେ ସମ୍ବଲପୁର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ସମ୍ବଲପୁର : ଆସନ୍ତା ୨୧ ତାରିଖ ବୁଧବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ସମ୍ବଲପୁର ଗସ୍ତରେ ଆସିବେ। ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଏହା ଶ୍ରୀମତୀ ମୁର୍ମୁଙ୍କ ହେବ ପ୍ରଥମ ସମ୍ବଲପୁର ଗସ୍ତ। ଏହି ମର୍ମରେ ପ୍ରଜାପିତା ବ୍ରହ୍ମକୁମାରୀ ସମ୍ବଲପୁର ଶାଖା ତରଫରୁ ଶୁକ୍ରବାର ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ବ୍ରହ୍ମକୁମାରୀର ପଶ୍ଚିମ ଓଡିଶାର ସଞ୍ଚାଳିକା ରାଜଯୋଗିନୀ ପାର୍ବତୀ ଦିଦି, ବ୍ରହ୍ମକୁମାର ଭାଇ ନଥମଲ ତଥା ବ୍ରହ୍ମକୁମାରୀ ଦୀପା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଆଗାମୀ ୨୧ ଓ ୨୨ ତାରିଖରେ ଦ୍ୱିଦିବସୀୟ ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବଲପୁର ଗସ୍ତରେ ରହିବେ। ୨୨ ତାରିଖ ସକାଳ ୯ଟା ସମୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମ୍ବଲପୁର-ଝାରସୁଗୁଡା ରାସ୍ତାରେ ସ୍ଥିତ ଏଲ ଏଣ୍ଡ ଟି ଟୋଲ ଗେଟ ନିକଟସ୍ଥ ପାବନ ସରୋବର ଠାରେ ପହଞ୍ଚିବେ। ଏହି ଅବସରରେ ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ରହ୍ମକୁମାରୀ ଶିକ୍ଷା ପ୍ରଭାଗ ଦ୍ୱାରା ଆୟୋଜିତ ‘ନୁଆଁ ଭାରତ ପାଇଁ ଶିକ୍ଷା’ ରାଷ୍ଟ୍ରୀୟ ଅଭିଯାନର ଶୁଭାରମ୍ଭ ହେବ। ଏହି ଅବସରରେ ପଶ୍ଚିମ ଓଡିଶାର ୯ଟି ଜିଲାରୁ ପ୍ରାୟ ୪ ହଜାରରୁ ବ୍ୟକ୍ତିଙ୍କ ସମାଗମ ହେବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଇଚ୍ଛୁକ ବ୍ୟକ୍ତି ମାନେ ୧୫ ତାରିଖ ସୁଦ୍ଧା ବ୍ରହ୍ମକୁମାରୀ ସମ୍ବଲପୁରଙ୍କ ସହାୟତାରେ ପଞ୍ଜିକରଣ କରିପାରିବେ। କାର୍ଯ୍ୟକ୍ରମ ଦିନ ସକାଳ ୭ଟା ସୁଦ୍ଧା କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବାକୁ ପଡିବ । ସାଥିରେ ପ୍ରବେଶ ପତ୍ର ଓ ଆଧାର କାର୍ଡ ଧରିବା ନିତାନ୍ତ ଜରୁରୀ । ତେବେ ସାଙ୍ଗରେ ବ୍ୟାଗ, ପାଣି ବୋତଲ ତଥା ମୋବାଇଲ ଫୋନ ନେବା ବାରଣ କରାଯାଇଛି । ଯାନବାହାନ ଗୁଡିକର ପାର୍କିଂ ପାଇଁ ସୁବ୍ୟବସ୍ଥା କରଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର ସମ୍ଭାବନା ରହିଛି । ବ୍ରହ୍ମକୁମାରୀର ଶିକ୍ଷା ପ୍ରଭାଗର ଅଧ୍ୟକ୍ଷ ବ୍ରହ୍ମକୁମାର ଡ. ମୃତ୍ୟୁଞ୍ଜୟ ଓ ଉପାଧ୍ୟକ୍ଷା ବ୍ରହ୍ମକୁମାରୀ ରାଜଯୋଗିନୀ ସିଲୁ ଯୋଗ ଦେବେ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପରେ ପ୍ରେରଣାଦାୟୀ କ୍ଲାସ ମଧ୍ୟ କରାଯିବ। ଜିଲା ପ୍ରଶାସନର ସହଯୋଗରେ ବ୍ରହ୍ମକୁମାରୀ ପଶ୍ଚିମ ଓଡିଶାର ଉପକ୍ଷେତ୍ର ସଞ୍ଚାଳିକା ରାଜଯୋଗିନୀ ପାର୍ବତୀ ଦିଦିଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ଜାରି ରହିଛି। ଏହି କାର୍ଯ୍ୟକ୍ରମରେ ଓଡିଶା ସହିତ ମାଉଣ୍ଟ ଆବୁ ସଂସ୍ଥାନର ବରିଷ୍ଠ ପଦାଧିକାରୀଙ୍କ ସହିତ ବିଭିନ୍ନ କେନ୍ଦ୍ରର ପଦାଧିକାରୀ ଓ ସଦସ୍ୟ ସାମିଲ ରହିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

- Advertisement -

 

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories