www.samajalive.in
Sunday, December 7, 2025
18.1 C
Bhubaneswar

ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ : ଜମ୍ମୁ ଡିଭିଜନ ଅନ୍ତର୍ଗତ କାଥୁଆ ଜିଲାର ବସୁହଲିିର ପୁରଥୁ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି । ଏଠାରେ ପଞ୍ଜାବ-ହିମାଚଳ ବର୍ଡର ରହିଛି । ମାତ୍ର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନଟି କାଥୁଆ ଜିଲାରେ ରହିଛି । ଏଠାରେ ରଣଜିତ ସାଗର ହ୍ରଦ ଅଞ୍ଚଳରେ ସେନା ଦ୍ୱାରା ତାଲିମ କାର୍ଯ୍ୟ ମଧ୍ୟ ପରିଚାଳିତ ହୋଇଥାଏ । ଆଜି ସକାଳ ୧୦ଟା ୫୦ରେ ଏହି ଦୁର୍ଘଟଣା ଘଟିଛି । ଏହି ହେଲିକପ୍ଟରରେ ୫ ରୁ ୬ ଜଣ ଥିଲେ ବୋଲି ସୂଚନା ମିଳିଛି ।
ହେଲିକପ୍ଟରଟି ମାମୁନ କ୍ୟାଣ୍ଟରୁ ଉଡାଣ ଆରମ୍ଭ କରିଥିବା ବେଳେ ଏହା ରଣଜିତ ସାଗର ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର କାରଣ ଏଯାଏଁ ଜଣାପଡିନାହିଁ । ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ କର୍ମଚାରୀ ଉପସ୍ଥିତ ରହିବା ସହ ସ୍ଥାନୀୟ ପୁଲିସ ମଧ୍ୟ ରହିଛନ୍ତି ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories