www.samajalive.in
Saturday, December 6, 2025
23.1 C
Bhubaneswar

୭୦ ଦିନ ପରେ ଜାମିଆରୁ ନୋଏଡାକୁ ଖୋଲିଲା ରାସ୍ତା, ବିକ୍ଷୋଭକାରୀ ଦୁଇ ଭାଗ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବି​‌ରୋଧରେ ଆନ୍ଦୋଳନ ଯୋଗୁ ୭୦ ଦିନ ଧରି ବନ୍ଦ ରହିଥିବା ଜାମିଆରୁ କାଳିନ୍ଦୀ କୁଞ୍ଜ ଅଭିମୁଖେ ଯାଇଥିବା ରାସ୍ତା ଶନିବାର ସନ୍ଧ୍ୟାରେ ଖୋଲିଛି। ଏହି ୯ ନମ୍ବର ରାସ୍ତାଟି ଓଖଲା ପକ୍ଷୀ ବିହାର ଗେଟ୍‌ ଦେଇ ନୋଏଡାକୁ ଯାଇଛି। ରାସ୍ତା ଖୋଲିବା ସମୟକୁ ସ୍ମରଣୀୟ କରିବା ଲାଗି ବିକ୍ଷୋଭକାରୀମାନେ ସେଠାରେ ବାଣ ଫୁଟାଇଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣା ପରେ ବିକ୍ଷୋଭକାରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ବିକ୍ଷୋଭକାରୀମାନେ ୨ ଗୋଷ୍ଠୀରେ ଭାଗ ହୋଇଯାଇଛନ୍ତି। ଗୋଟିଏ ଗୋଷ୍ଠୀ ରାସ୍ତା ଖୋଲିଥିବାବେଳେ ଅନ୍ୟ ଗୋଷ୍ଠୀ ତାହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି।

ଗୋଟିଏ ଗୋଷ୍ଠୀର ବିକ୍ଷୋଭକାରୀ ଶନିବାର ଅପରାହ୍ନରେ ୯ ନମ୍ବର ରାସ୍ତା ଖୋଲିବା ପରେ ନାରାବାଜି ଦେଇ କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେଶନ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଲୋକମାନଙ୍କୁ ରାସ୍ତା ଖୋଲିଥିବା ସମ୍ପର୍କରେ ସୂଚନା ଦେଇଥିଲେ। ରାସ୍ତା ଖୋଲିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। ଉକ୍ତ ରାସ୍ତାରେ କାର୍‌ ଓ ବାଇକ୍‌ ଚଳାଚଳ କରିଥିଲା। ତେବେ ଏହାର ପ୍ରାୟ ଅଧ ଘଣ୍ଟା ପରେ ଅନ୍ୟ ଏକ ଗୋଷ୍ଠୀର ବିକ୍ଷୋଭକାରୀ ପୁଣି ଥରେ ରାସ୍ତା ବନ୍ଦ କରିଦେଇଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପରେ ୨ୟ ଗୋଷ୍ଠୀ ରାସ୍ତାକୁ ଅଧା ବନ୍ଦ କରିଦେବା ସହିତ କେବଳ ବାଇକ୍‌ ଯିବା ଲାଗି କିଛି ବାଟ ଖୋଲା ଛାଡ଼ିଥିଲେ। ପୁଲିସ କହିଛି ଯେ, ବିକ୍ଷୋଭକାରୀମାନେ ନିଜେ ରାସ୍ତାରୁ ବାରିକେଡ୍‌ ହଟାଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories