www.samajalive.in
Tuesday, December 9, 2025
16.1 C
Bhubaneswar

 ଅବକାରୀ ବିଭାଗ ଓ ମହିଳା ଗୋଷ୍ଠୀର ଚଢ଼ାଉ : ୪୬୦କେଜି ମହୁଲ ପୋଚ୍‍ ଜବତ, ଜଣେ ଗିରଫ

ଦେଓଗାଁ: ଦେଓଗାଁ ବ୍ଲକ ଅନ୍ତର୍ଗତ ମୁରସିଂ ଗାଁରେ ଚାଲିଥିବା ବେଆଇନ ମଦ କାରବାରକୁ ବନ୍ଦ କରିବା ପାଇଁ ମହିଳା ଗୋଷ୍ଠୀ ଅଣ୍ଟା ଭିଡ଼ିଥିଲେ ମଧ୍ୟ ମଦ ବେପାରୀମାନେ ଲୋକଙ୍କୁ ଚକ୍‍ମା ଦେଇ ଜଙ୍ଗଲ ଭିତରେ ଖୁଲମ୍‍ଖୁଲା ରଚାଇଛନ୍ତି ରନ୍ଧା ମଦ କାରବାର। ଯାହାଫଳରେ ମଦ ରନ୍ଧା ଯାଉଥିବା ସୂଚନା ପାଇବା ପରେ ଗାଁର ମହିଳା ଗୋଷ୍ଠୀମାନେ ତୁଷରାର ଅବକାରୀ ବିଭାଗ ସହ ମିଳିତ ଭାବେ ରନ୍ଧାଯାଉଥିବା ସ୍ଥାନରେ ଚଢ଼ାଉ କରି ୪୬୦କେଜି ମହୁଲ ପୋଚ୍‍ ସହ ଜଣେ ଅଭିଯୁକ୍ତକୁ ଧରିଥିବା ଜଣାପଡ଼ିଛି। ମୁରସିଂହ ଗାଁର ଚନ୍ଦ୍ରକାନ୍ତି ଜାନୀଙ୍କଠାରୁ ୬୦କେଜି ମହୁଲ ଓ ଅନ୍ୟଜଣକ ଠାରୁ ୪୦୦ କେଜି ମହୁଲ ପୋଚ୍‍ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

ଏନେଇ ଅବକାରୀ କେସ୍‍ ନମ୍ବର ୮୨ ଓ ୮୩ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଅବକାରୀ ନିରୀକ୍ଷକ ଅରୁଣ ଯୋଶୀ କହିଛନ୍ତି। ଏହି ଚଢ଼ାଉରେ ମୁରସିଂହ ଗାଁର ଜଗା କାଲିଆ, ଲକ୍ଷ୍ମୀ, ଜନ ଲକ୍ଷ୍ମୀ ମହିଳା ସ୍ୱୟଂ ସହାୟକ ଦଳ ସହ ଅନ୍ୟାନ୍ୟ ଗୋଷ୍ଠୀର ସଦସ୍ୟାମାନେ ସାମିଲ ହୋଇଥିଲେ।

- Advertisement -

 

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories