www.samajalive.in
Saturday, December 6, 2025
19.1 C
Bhubaneswar

ନାଗରିକତା ସଂଶୋଧନ ଆଇନକୁ ବିରୋଧ: ଆନ୍ଦୋଳନକୁ ତୀବ୍ର କଲେ ଜାମିଆ ମିଲିଆ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଆସାମ, ତ୍ରିପୁରା ଓ ପଶ୍ଚିମବଙ୍ଗରେ ନିଆଁ ଜଳୁଛି। ସମଗ୍ର ଉତ୍ତର-ପୂର୍ବାଞ୍ଚଳ ଅଶାନ୍ତ ହୋଇପଡ଼ିଛି। ଏପଟେ ଜାମିଆ ମିଲିଆ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନକୁ ତୀବ୍ର କରିଛନ୍ତି। ଗତ ଶୁକ୍ରବାର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ସହିତ ପୁଲିସର ସଂଘର୍ଷ ଘଟିବା ପରେ ଶନିବାର ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶନିବାର ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ବିଶ୍ଵବିଦ୍ୟାଳୟକୁ ବନ୍ଦ କରିଦେବା ସହିତ ପରୀକ୍ଷାରୁ ବିରତ ରହିଛନ୍ତି। ପରିସ୍ଥିତିକୁ ଦେଖି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଶନିବାର ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ କରିଦେଇଛନ୍ତି।

ବିଶ୍ଵବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଶନିବାର ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ କରିଦିଆଯାଇଛି। ଆଗାମୀ ଦିନରେ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ। ଡିସେମ୍ବର ୧୬ରୁ ୨୦୨୦ ଜାନୁୟାରୀ ୫ ପର୍ଯ୍ୟନ୍ତ ଶୀତ ଛୁଟି ପାଇଁ ବିଶ୍ଵବିଦ୍ୟାଳୟ ବନ୍ଦ ରହିବ ଏବଂ ଜାନୁୟାରୀ ୬ରେ ଅନୁଷ୍ଠାନ ଖୋଲିବ ବୋଲି ବିବୃତିରେ କୁହାଯାଇଛି।

- Advertisement -

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଛାତ୍ରଛାତ୍ରୀମାନେ ନାଗରିକତା ଆଇନ ବିରୋଧରେ ବିକ୍ଷୋଭ କରିବା ବେଳେ ପୁଲିସ ସହିତ ସଂଘର୍ଷ ଘଟିଥିଲା। ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ପୁଲିସ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ଲାଗି ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏହା ସହିତ ପୁଲିସ ୪୨ ବିକ୍ଷୋଭକାରୀ ଛାତ୍ରଙ୍କୁ ଉଠାଇନେବା ସହିତ ପରବର୍ତ୍ତୀ ସମୟରେ ମୁକ୍ତ କରିଥିଲା। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୧୨ ପୁଲିସ କର୍ମଚାରୀ ଆହତ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories