ଜଳେଶ୍ବର: ଚେକ ପୋଷ୍ଟକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଭ୍ୟାନ୍ ଖସି ପଡିବାରୁ ୩ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ରାଜଘାଟ ନିକଟରେ ଦୁର୍ଘଟଣା ହୋଇଛି। ଏଥିରେ ୫ଜଣ ଆହତ ହୋଇଥିବାବେଳେ ୩ଜଣ ଗୁରୁତରଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି । ୩ ଗୁରୁତର ଆରଏମସି କର୍ମଚାରୀ ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣା ପରେ ଭ୍ୟାନ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ବସ୍ତା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



