ଗଞ୍ଜାମ: ଗଞ୍ଜାମ ଆସ୍କା କୋଟିନାଡା ପଢାଳ ଗାଁରେ ହତ୍ୟାକାଣ୍ଡ ହୋଇଛି। ପାରିବାରିକ କଳହରୁ ଯୁବକଙ୍କୁ ହତ୍ୟା ଅଭିଯୋଗ ହୋଇଛି। ମୃତକ ଧରାକୋଟ ତାଳପାଟଣା ଗାଁର ଋଷି ନାୟକ ବୋଲି ଜଣାପଡିଛି। ସେ ତାଙ୍କ ଭଉଣୀଙ୍କ ଶ୍ବଶୁର ଘରକୁ ବୁଲିବାକୁ ଆସିଥିବାବେଳେ ସେହି ଗାଁର ଶିବ ନାୟକ ନାମକ ଜଣେ ଯୁବକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଋଷିଙ୍କ ଭଉଣୀଙ୍କ ଶ୍ବଶୁର କାଶୀନାଥ ନାୟକଙ୍କ ସହିତ ଶିବଙ୍କର ଝଗଡା ହୋଇଥିଲା। ତେବେ ଶିବ ସମ୍ପର୍କରେ କାଶୀନାଥଙ୍କର ଭଣଜା ହେବେ । କୌଣସି କାରଣକୁ ନେଇ ମାମୁଁ ଭଣଜାଙ୍କ ମଧ୍ୟରେ କଳହ ଚାଲିଥିବାବେଳେ ଘରେ ଉପସ୍ଥିତ ଥିବା ଋଷି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏହି ସମୟରେ ଶିବ ଉତକ୍ଷିପ୍ତ ହୋଇ ଋଷିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ମାମଲାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।
Popular Categories



