www.samajalive.in
Sunday, December 7, 2025
14.1 C
Bhubaneswar

କଟକରେ ବ୍ୟାପିଲା କାମଳ – ୭୦ ଆକ୍ରାନ୍ତ

କଟକ: କଟକ ମହାନଗର ନିଗମ (ସିଏମ୍‌ସି)୫୨ନଂ ୱାର୍ଡ଼ ରାଜେନ୍ଦ୍ରନଗର ଅଞ୍ଚଳରେ କାମଳ ଆତଙ୍କ ଦେଖାଦେଇଛି। ୭ରୁ୮ଜଣ ଶିଶୁଙ୍କ ସମେତ ୭୦ରୁ ଅଧିକ ବୟସ୍କ ବ୍ୟକ୍ତି ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଦୂଷିତ ପାଣି ଯୋଗୁଁ କାମଳ ବ୍ୟାପୁଥିବା ଆଶଙ୍କା କରାଯାଉଛି। କାମଳ ବ୍ୟାପିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଦୂଷିତ ପାଣି ଯୋଗୁଁ କାମଳ ବ୍ୟାପୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଖବର ପାଇ ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ଦଳ ରାଜେନ୍ଦ୍ରନଗରରେ ପହଞ୍ଚି ତଦନ୍ତ କରିଛନ୍ତି। ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ କେତେ ଜଣ ମେଡ଼ିକାଲରେ ଭିର୍ତ୍ତି ହୋଇଥିବା ବେଳେ ଆଉକିଛି ଘରେ ରହି ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ରାଜେନ୍ଦ୍ରନଗର ଅଞ୍ଚଳରେ ୫୦ରୁ ୬୦ ଜଣ ବ୍ୟକ୍ତି କାମଳରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରେ ୭ଜଣ ଶିଶୁ ଅଛନ୍ତି। ଜିଲା ସ୍ବାସ୍ଥ୍ୟବିଭାଗର ନୂଆ ବଜାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଏକ ଦଳ ନେଇ ରାଜେନ୍ଦ୍ରନଗରର ଲୋକଙ୍କ ଠାରୁ ରକ୍ତ ଓ ପାଣି ନମୁନା ସଂଗ୍ରହ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୬ ଜଣ ସଂକ୍ରମିତ ଥିବା ଜଣାପଡ଼଼ିଥିଲା। ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ରବିବାର ଠାରୁ ସ୍ବାସ୍ଥ୍ୟ ଟିମ ଘର ଘର ବୁଲି ରକ୍ତ ନମୁନା ସଂଗ୍ରହ କରିବ। ଏଥିସହ ଉକ୍ତ ଅଞ୍ଚଳରେ ଏକ କ୍ୟାମ୍ପ ଖୋଲାଯିବାକୁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ରବିବାର ଠାରୁ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯିବ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମକରାନନ୍ଦ ବେଉରା କୁହନ୍ତି, କେବଳ ଦୂଷିତ ପାଣି କାମଳର କାରଣ ନୁହେଁ। ଏହାର ଅନ୍ୟ କାରଣ ମଧ୍ୟ ରହିଛି। ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି। ପାଣି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟରୁ କାମଳ ବ୍ୟାପିବାର ଠିକ୍‌ କାରଣ ଜଣାପଡ଼଼ିବ ବୋଲି ସେ ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories