ଜଲାଲାବାଦରେ ପୁଣି ଆକ୍ରମଣ; ୧୦ମୃତ

0

ଜଲାଲାବାଦ : ପୁଣି ଆଫଗାନିସ୍ତାନର ଜଲାଲାବାଦରେ ଘଟିଛି ବିସ୍ଫୋରଣ। ବୁଧବାର ସ୍ଥାନୀୟ ଶିକ୍ଷା ବିଭାଗ କାର୍ଯ୍ୟାଳୟ ପରିସରରେ ହୋଇଥିବା ଏହି ବିସ୍ଫୋରଣରେ ୧୦ଜଣ ପ୍ରାଣ ହରାଇଥିବାବେଳେ ଆହୁରି ପ୍ରାୟ ୧୦ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ସ୍ଥାନୀୟ ଏକ ଚେକ୍‍ ପୋଷ୍ଟରେ ବିସ୍ଫୋରଣ ଘଟି ୧୨ଜଣ ପ୍ରାଣ ହରାଇଥିଲେ। ସୂଚନାନୁଯାୟୀ, ବୁଧବାର ସକାଳ ସାଢ଼େ ୯ଟା ସମୟରେ କିଛି ଅଚିହ୍ନା ବନ୍ଧୁକଧାରୀ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇବା ସହ ଦୁଇଟି ବିସ୍ଫୋରଣ ଘଟାଇଥିଲେ। ଏହି ସରକାରୀ କାର୍ଯ୍ୟାଳୟରେ ଉପସ୍ଥିତ ସୁରକ୍ଷା କର୍ମୀଙ୍କ ସହ ଆତଙ୍କବାଦୀଙ୍କର ପ୍ରାୟ ଘଣ୍ଟାଏ କାଳ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ। ଏହି ଘଟଣା ସମୟରେ ଶିକ୍ଷକମାନେ ସେମାନଙ୍କ ବିଦ୍ୟାଳୟର ପରୀକ୍ଷା ଫଳାଫଳ ଖାତା ଜମା କରୁଥିଲେ। କାର୍ଯ୍ୟାଳୟରେ ପ୍ରାୟ ୫୦ଜଣ କର୍ମଚାରୀ ଓ ଶିକ୍ଷକ ଥିଲେ।

Leave A Reply