www.samajalive.in
Saturday, December 6, 2025
23.1 C
Bhubaneswar

କଲ୍ୟାଣସିଂହପୁର ପ୍ରେସ କ୍ଲବ୍ ପକ୍ଷରୁ ଜଳଛତ୍ର ଉଦଘାଟିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ସମ୍ମୁଖରେ କଲ୍ୟାଣସିଂହପୁର ପ୍ରେସ କ୍ଲବ୍ ପକ୍ଷରୁ ଜଳଛତ୍ର ଉଦଘାଟିତ ହୋଇଯାଇଛି। ଚଳିତ ବର୍ଷର ପ୍ରଚଣ୍ଡ ରୌଦ୍ର ତାପରେ ଲୋକମାନେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ସମୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ବ୍ଲକ, ତହସିଲ କାର୍ଯ୍ୟାଳୟ, ଥାନାକୁ ଅବା ବିଭିନ୍ନ କାମରେ ଆସି ଅନେକ ଲୋକ ପାଣି ନ ପାଇ ହନ୍ତସନ୍ତ ହେଉଥିବା ନଜର ଆସିବା ପରେ କଲ୍ୟାଣସିଂହପୁର ପ୍ରେସ କ୍ଳବର ସମସ୍ତ ସଦସ୍ୟଙ୍କ ପ୍ରଚେଷ୍ଟାରେ ଏହି ଜଳଛତ୍ର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର କ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ବ୍ୟାଙ୍କ୍ ଶାଖା ପରିଚାଳକ ବିନୟ କୁମାର ପ୍ରବୀଣ, ସମାଜ ସେବୀ ଆପଲୁ ସ୍ବାମୀ କୌଶଲ୍ୟା, ବରିଷ୍ଠ ସାମ୍ବାଦିକ ସୁରେଶ ପାଢ଼ୀ ଏବଂ ପ୍ରେସ କ୍ଳବ୍ ର ସଭାପତି ଅକ୍ଷୟ ପିଡିସିକା, ଉପସଭାପତି ଧନେଶ୍ଵର ରାଉତ, ସମ୍ପାଦକ ସନ୍ତୋଷ କୁମାର ବଚ୍ଛା ଯୁଗ୍ମ ସମ୍ପାଦକ ସନ୍ତୋଷ ଲମତା, କୋଷାଧ୍ୟକ୍ଷ ମଣ୍ଟୁ ଦଣ୍ଡସେନା, ସକ୍ରିୟ ସଦସ୍ୟ ପ୍ରଶାନ୍ତ ନାହାକ୍, ପ୍ରଦୀପ ଦଳାଇ, ମାଲେସ କୌଶଲ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରେସ କ୍ଳବର ଏହି ପ୍ରଚେଷ୍ଟାକୁ ଅତିଥିମାନେ ପ୍ରଶଂସା କରିଥିଲେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories