www.samajalive.in
Saturday, December 6, 2025
16.1 C
Bhubaneswar

ପୁଲିସ ବିଭାଗରେ ୧୯୬ ପଦବୀ ପାଇଁ ନିଯୁକ୍ତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୁଲିସରେ ୨୮ଟି ସ୍ଥାୟୀ ପୁଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍ସପେକ୍ଟର ଓ ୧୬୮ଟି କନ​‌ଷ୍ଟେ​‌ବଳ ପଦବୀ ମଞ୍ଜୁର କରିଛନ୍ତି। ପୁଲିସ ବିଭାଗର ଅନ୍ୟାନ୍ୟ ପଦବୀଗୁଡିକର ପୁନଃ-ବଣ୍ଟନ ଦ୍ବାରା ଏହି ପଦବୀଗୁଡିକ ସୃଷ୍ଟି କରାଯାଇଛି। ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବୀ ସୃଷ୍ଟି ହୋଇଛି।

ଏହି ନୂତନ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟରେ ୨୮ଟି ସ୍ଥାୟୀ ପୁଲିସ ଆଉଟପୋଷ୍ଟରେ ନିଯୁକ୍ତ ହେବେ। ପ୍ରତ୍ୟେକ ଆଉଟପୋଷ୍ଟରେ ଜଣେ ଲେଖାଏଁ ସବ୍‌ଇନ୍ସପେକ୍ଟର ଓ ୬ ଜଣ ଲେଖାଏଁ କନ​‌ଷ୍ଟେ​‌ବଳ ନିୟୋଜିତ ହେବେ। ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ବିଭିନ୍ନ ଅପରାଧୀକ ଅନୁସନ୍ଧାନ କ୍ଷେତ୍ରରେ ସେମାନେ ଦାୟିତ୍ବ ନିର୍ବାହ କରିବେ। ଏହାଦ୍ବାରା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଅଧିକ ଦୃଢ ହୋଇପାରିବ।

- Advertisement -

ଏହି ନୂତନ ପଦବୀଗୁଡିକ ରାଜ୍ୟ ସରକାରଙ୍କ ଓଆରଭି ଆକ୍ଟ ସମେତ ନିଯୁକ୍ତି ନିୟମାବଳୀର ସମସ୍ତ ବ୍ୟବସ୍ଥା ଅନୁଯାୟୀ ପୂରଣ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories