www.samajalive.in
Monday, December 8, 2025
13.1 C
Bhubaneswar

ପୋଲ ତଳକୁ ଖସିଲା କାର୍‌; ୩ ଆହତ

କଟକ: କଟକ-ଭୁବନେଶ୍ୱର ୧୬ ନଂ ଜାତୀୟ ରାଜପଥର ବମ୍ଫକୁଦ ଛକ ନିକଟରେ ଗୁରୁବାର ଭୋର ସମୟରେ ଏକ କାର୍ ବ୍ରିଜ଼ ତଳକୁ ଖସିପଡିଛି। କାରରେ ୪ଜଣ ଯାତ୍ରୀ ଥିବାବେଳେ ୩ଜଣ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଛି। ଏଥିସହ ଜାତୀୟ ରାଜପଥ ଟ୍ରାଫିକ ଥାନା ପୁଲିସ କାର୍‌କୁ ଜବତ କରି ସଦର ଥାନାକୁ ହସ୍ତାନ୍ତର କରିଛି। ଘଟଣାର ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସିଙ୍ଗିରି ଗ୍ରାମର ରତିକାନ୍ତ ଲେଙ୍କା କାର୍ ଯୋଗେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନିଜର ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଯାଉଥିଲେ । ହଠାତ ବମ୍ଫକୁଦ ଛକ ନିକଟରେ କାରଟି ଭାରସାମ୍ୟ ହରାଇ ଏକ ବାଇକକୁ ଧକ୍କା ଦେଇ ବ୍ରିଜ ତଳକୁ ଖସି ପଡ଼ିଥିଲା । ଏଥିରେ ଯାତ୍ରୀମାନେ ଆହତ ହୋଇଥିବା ବେଳେ ରତିକାନ୍ତଙ୍କ ହାତଟି ଭାଙ୍ଗି ଯାଇଛି। ଏନେଇ ଖବରପାଇ ଜାତୀୟ ରାଜପଥ ଟ୍ରାଫିକ ଥାନା ପୁଲିସ ଏଏସଆଇ ବରୁଣ ନାୟକ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories