www.samajalive.in
Monday, December 15, 2025
26.1 C
Bhubaneswar

ଜଳ ଉତ୍ସର ଉନ୍ନତିକରଣ ପାଇଁ ୧୧୪୨.୬୮ ଲକ୍ଷ ଟଙ୍କାର ଉନ୍ନୟନ କାର୍ଯ୍ୟର ଉଦଘାଟନ

ଗୁରୁଡିଝାଟିଆ : କୃଷି ହିଁ ରାଜ୍ୟକୁ ପ୍ରଗତି କ୍ଷେତ୍ରରେ ଆଗେଇ ନେବ। କୃଷକକୁ ବଳ,ଜମିକୁ ଜଳ ରାଜ୍ୟ ସରକାରଙ୍କ ପ୍ରଥମ ଓ ପ୍ରଧାନ ଲକ୍ଷ୍ୟ। ବିିଭିନ୍ନ ଜଳଉତ୍ସଗୁଡିକର ଉନ୍ନତି ସାଙ୍ଗକୁ ବର୍ଷାଜଳର ସଂରକ୍ଷଣ ପାଇଁ କୃଷି ଓ କୃଷକର ଉନ୍ନତି ସାଙ୍ଗକୁ ଭଲ ଫସଲ ଓ ଉଦ୍ୟାନ କୃଷି ସମ୍ଭବ ହୋଇପାରିବ। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳବିଭାଜିକା ଉନ୍ନୟନ ଯୋଜନା ଭାଗ-୨ ଅନୁଯାୟୀ ଜିଲ୍ଲାପରିଷଦ ଜୋନ-୩ ଅନ୍ତର୍ଗତ ପଞ୍ଚାୟତ ସମୂହରେ ଜଳବିଭାଜିକା ଉତ୍ସଗୁଡିକର ଉନ୍ନତି ନିମନ୍ତେ ୧୧୪୨.୬୮ଲକ୍ଷ ଟଙ୍କା ମୂଲ୍ୟର କାମକୁ ସମାପନ କରିବା ନିମନ୍ତେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୁଭ ଉଦଘାଟନ କରି ଏହି ମତପ୍ରକାଶ କରିବା ସହ ଶିଳ୍ପ ସାଙ୍ଗକୁ କୃଷିକ୍ଷେତ୍ରରେ ଆଠଗଡ ରାଜ୍ୟର ପ୍ରଗତି ମାନଚିତ୍ରରେ ପ୍ରମୁଖ ସ୍ଥାନ ଗ୍ରହଣ କରିବ ବୋଲି କହିଥିଲେ।

ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଜଳ ବିଭାଜିକା କଟକର ପ୍ରକଳ୍ପ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପର ରାଜ୍ୟ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା, ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ, ଉପାଧ୍ୟକ୍ଷ ସୁବାସ ମଲ୍ଲିକ, ସ୍ଥାନୀୟ ସରପଞ୍ଚ ସୁଜାତା ମଞ୍ଜରୀ ରାଉତରାୟ ଓ ସମିତିସଭ୍ୟା ରଞ୍ଜୁବାଳା ପ୍ରଧାନ, ନିରାକାର ଲେଙ୍କା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସରକାର କୃଷି ଓ କୃଷକଙ୍କ ପ୍ରତି କରିଥିବା ଯୋଜନାକୁ ଆଠଗଡରେ ସଫଳ ରୂପାୟନ କରିବା କ୍ଷେତ୍ରରେ କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ବପୁର୍ଣ୍ଣ ଭୂମିକା ଥିବା କହିଥିଲେ। ଏହି ଅର୍ଥରାଶି କଖଡି, କଟକିଆସାହି, ଅନନ୍ତପୁର, ଧୁରୁଷିଆ, ମଞ୍ଚେଶ୍ୱର,ଘଣ୍ଟିଖାଲ,ମହାକାଳବସ୍ତ, ମେଘା ଆଦି ଜୋନ-୩ ଜିଲ୍ଲାପରିଷଦ ଅନ୍ତର୍ଗତ ୧୧ଟି ପଞ୍ଚାୟତ ର ବିଭିନ୍ନ ଗାଁରେ ଜଳଉତ୍ସ ନିର୍ମାଣ କରିବା, ପୋଖରୀ ଖୋଳିବା, ପ୍ରାକୃତିକ ଜଳଉତ୍ସର ପୁନଃରୁଦ୍ଧାର କାର୍ଯ୍ୟ କରାଯିବ। ଏହା ୩ବର୍ଷ ଭିତରେ ସମାପ୍ତ ହେବାର ନିୟମ ରହିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories