www.samajalive.in
Saturday, December 13, 2025
14.1 C
Bhubaneswar

ସ୍ମିତାରାଣୀ ମୃତ୍ୟୁ ଘଟଣା – ଭଙ୍ଗା ହେଉଛି ରୂପେଶର ରଙ୍ଗଶାଳା

ସମାଜ ପୋର୍ଟାଲ ଡେସ୍କ: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟିଥିବା ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍ ବା ରଙ୍ଗଶାଳା ଭଙ୍ଗାଯାଉଛି। ଗେଷ୍ଟହାଉସଟି ସରକାରୀ ଜମିରେ ରହିଛି। ​ଏବେ ସେଠାରେ ୧୪୪ ଧାରା ଜାରି କରାଯାଇ ପୁଲିସ ଓ ପ୍ରଶାସନର ଉପସ୍ଥିତିରେ ଏହି ପ୍ରକ୍ରିୟା ଚାଲିଛି। ତଦନ୍ତ ପ୍ରକ୍ରିୟା ଚାଲୁଥିବାରୁ ତଦନ୍ତ ଶେଷ ହେବା ପରେ ଏହା ଭଙ୍ଗା ହେବ ବୋଲି ଜିଲ୍ଲାପାଳ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଗେଷ୍ଟହାଉସ୍ ସରକାରୀ ଜମିରେ ଥିବା ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ତଦନ୍ତ ରିପୋର୍ଟରୁ ସ୍ପଷ୍ଟ ଗେଷ୍ଟ ହାଉସଟି ସରକାରୀ ଜମିରେ ଅବସ୍ଥିତ ଥିବା ସ୍ପଷ୍ଟ ହୋଇଥିଲା।

ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ୧୬ରେ ଭତ୍ତା ବାଣ୍ଟି ସାରିବା ପରେ ସ୍ମିତାରାଣୀ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସରେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା କିନ୍ତୁ ପୁଲିସ ସ୍ମିତାରାଣୀ ଓ ସରପଞ୍ଚଙ୍କ ସ୍ୱାମୀ ରୁପେଶ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ଏହାର ମୂଳ କାରଣ ବୋଲି କହିଥିଲା। ପରେ ରୁପେଶକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସ୍ମିତାଙ୍କ ବାପା ଏଭଳି ସମ୍ପର୍କକୁ ଅସ୍ବୀକାର କରିବା ସହ ତାଙ୍କ ଝିଅ ଦୃଢ ମନୋବଳ ସମ୍ପନ୍ନ ଥିଲା ଓ ସେ କେବେ ଆତ୍ମହତ୍ୟା ଭଳି ବାଟ ଆପଣେଇବ ନାହିଁ ବୋଲି କହିଥିଲେ। ଅନ୍ୟ ପକ୍ଷରେ ସରପଞ୍ଚ ତଥା ରୁପେଶଙ୍କ ପତ୍ନୀ ମଧୁସ୍ମିତା ଭଦ୍ର ତାଙ୍କ ସ୍ୱାମୀଙ୍କୁ ଫସାଇ ଦିଆଯାଇଥିବା କହିଥିଲେ।

- Advertisement -

ଘଟଣାର ଅନ୍ତରାଳେ…

ମୃତ ସ୍ମିତାରାଣୀଙ୍କ ବାପଘର ବରିରେ ହୋଇଥିବା ବେଳେ ବ୍ଲକରେ କାର୍ଯ୍ୟ କରୁଥିବା ତାଙ୍କ ବାପା ସଦାନନ୍ଦ ବିଶ୍ୱାଳ କିଛି ବର୍ଷ ହେବ ସପରିବାରେ ଜାରକାରେ ରହୁଛନ୍ତି। ସରପଞ୍ଚଙ୍କ ସ୍ୱାମୀ ରୁପେଶଙ୍କ ଭାଉଜ ଓ ସ୍ମିତାରାଣୀଙ୍କ ପରିବାର ଦୂର ସମ୍ପର୍କୀୟ ବୋଲି ଜଣାପଡିଛି। ପରେ ସ୍ମିତାରାଣୀ ୫/୬ ବର୍ଷ ହେବ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଭାବେ ଯୋଗ ଦେବା ପରେ ସରପଞ୍ଚ ମଧୁସ୍ମିତା ଭଦ୍ର, ତାଙ୍କ ସ୍ୱାମୀ ରୁପେଶ ଭଦ୍ର ଓ ସ୍ମିତାରାଣୀଙ୍କ ପରିବାର ଅଧିକ ନିକଟତର ହୋଇଥିଲେ। ବିଭିନ୍ନ ସମୟରେ ଉଭୟ ପରିବାର ସାଥି ହୋଇ ବିଭିନ୍ନ ସ୍ଥାନ ବୁଲିବାକୁ ଯାଉଥିଲେ ବୋଲି ନିକଟ ସମ୍ପର୍କୀୟମାନେ କହିଥିଲେ। ସ୍ମିତାରାଣୀଙ୍କ ସ୍ୱାମୀ ସୁଶୀଲ ବିଶ୍ୱାଳ ତାଳଚେରର ଏକ କମ୍ପାନୀରେ ଇଞ୍ଜିନିଅର ଭାବେ କାର୍ଯ୍ୟ କରନ୍ତି। ସ୍ମିତାରାଣୀ ଜଣେ ଭଲ ଝିଅ, ବୋହୁ ଓ ଅତି ସ୍ନେହୀ ମଣିଷ ଥିଲେ ବୋଲି ଗ୍ରାମବାସୀମାନେ କହିଥିଲେ। ସେମାନେ ସ୍ମିତାରାଣୀଙ୍କ ରୁପେଶ ସହ ଖରାପ ସମ୍ପର୍କ କଥାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କହିଥିଲେ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ସ୍ମିତାରାଣୀ ଉପର ଘରକୁ ଯିବା ଓ ଦୀର୍ଘ ସମୟ ନ ଫେରିବା ଦୃଷ୍ଟିରୁ ତଳ ଘରେ ଥିବା ରୁପେଶ ଭଦ୍ର ଓ ଅନ୍ୟ ଚାରି ଜଣ କାହିଁକି ଖୋଜିଲେ ନାହିଁ? ସ୍ମିତାରାଣୀ ଖଟ ଉପରେ ଷ୍ଟୁଲ ପକାଇ ତା ଉପରେ ଚଢି ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଷ୍ଟୁଲ ତଳ ନ ପଡି କିଭଳି ସ୍ଥିର ରହିଲା? ତେବେ ଅନ୍ୟ ଏକ କାରଣ ଅନୁଯାୟୀ, ପଞ୍ଚାୟତକୁ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥ ଉଠାଣ ପାଇଁ ଉଭୟ ସରପଞ୍ଚ ଓ ପିଇଓଙ୍କ ଦସ୍ତଖତ ଆବଶ୍ୟକ ତେଣୁ ସ୍ମିତାରାଣୀଙ୍କୁ ଦସ୍ତଖତ ପାଇଁ ବାଧ୍ୟ କରାଯାଇଥିବା ଓ ସେ ମନା କରିବାରୁ ଏଭଳି ଅଘଟଣ ଘଟିଥାଇପାରେ ବୋଲି ସେ ସମୟରେ ସନ୍ଦେହ ପ୍ରକାଶ ପାଇଥିଲା।

Hot this week

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ବହୁ ପଦ ଖାଲି

କାମଚଳା ଅଧିକାରୀଙ୍କ ଦାୟିତ୍ୱରେ ଜିଲା ଓ ମୁଖ୍ୟାଳୟ କଟକ : ସୂଚନା ଓ...

ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି,...

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

Related Articles

Popular Categories