ଯାଜପୁର: ଜିଲ୍ଲା ରେଡ଼କ୍ରସ ଶାଖା ତରଫରୁ କୋଭିଡ୍ ମହାମାରୀରୁ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟରକ୍ଷା ଉପକରଣ ଯାଜପୁର ଜେଲ ଓ ଉକôଳ ବାଳାଶ୍ରମର ଅନ୍ତେବାସୀଙ୍କ ନିମିତ ପ୍ରଦାନ କରାଯାଇଛି। ସୋମବାର ପୂର୍ବାହ୍ନର ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାରୁ ପ୍ରାପ୍ତ ଏହି ଉପକରଣକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ମିହିର ପ୍ରସାଦ ମହାନ୍ତି, ଡେପୁଟୀ କଲେକ୍ଟର ତଥା ଜିଲ୍ଲା ରେଡ଼କ୍ରସ ଶାଖାର ସଂପାଦକ କୁଳମଣି ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଆକ୍ସନ ଏଡ ଇଣ୍ଡିଆ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ସୁରେନ୍ଦ୍ର ଦିଗାଲ, ବରିଷ୍ଠ ରାଜସ୍ୱ ସହାୟକ ଗଙ୍ଗାଧର ଜେନା, କମ୍ପୁଟର ପ୍ରୋଗ୍ରାମର ଅଜୟ କୁମାର ବେହେରା, କର୍ମଚାରୀ ନିରଂଜନ ବେହେରା ପ୍ରମୁଖ ଏହି ଉପକରଣ ଗୁଡିକୁ ହସ୍ତାନ୍ତର କରିଥିଲେ।
ବାଳାଶ୍ରମରେ ତତ୍ୱାବଧାବିକା ପ୍ରଜ୍ଞାସିନୀ ସାହୁ ଏହାକୁ ଗ୍ରହଣ କରିଥିବାବେଳେ ଯାଜପୁର ଜେଲର ପ୍ରସ୍ତାନ୍ତ କୁମାର ସାହୁ ଏହି ଉପକରଣ ଗୁଡିÿକ ଗ୍ରହଣ କରିଥିଲେ। ବାଳାଶ୍ରମ ଓ ଜେଲର ଅନ୍ତେବାସୀମାନଙ୍କୁ ଏହା ବଣ୍ଟନ ଓ ବ୍ୟବହାର ପାଇଁ ଅତିରିକ୍ତ ଜିଲ୍ଲପାଳ ପରାମର୍ଶ ଦେଇଥିଲେ। ସେହିପରି ରଗଡ଼ି ଜେଲର ଅନ୍ତେବାସୀମାନଙ୍କ ପାଇଁ ମଧ୍ୟ ଏହି ଉପକରଣ ପ୍ରେରଣ କରାଯାଇଛି ବୋଲି ସଂପାଦକ ଶ୍ରୀ ନାୟକ ସୂଚନା ଦେଇଥିଲେ।



