ଗୋପାଳପୁର: ଆଗାମୀ ଫେବୃଆରୀ ୧୮ ତାରିଖରେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚିତ ହେବାକୁ ସ୍ଥିର କରାଯାଇଛି। ଏହି କ୍ରମରେ ଅନେକ ଆଶାୟୀଙ୍କ ପକ୍ଷରୁ ନାମାଙ୍କନ ଥାଖଲ ପ୍ରକିୟା ସରିଥିବା ବେଳେ ଆସନ୍ତା ୨୫ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଛି। ଏହା ମଧ୍ୟରେ ଧିରେ ଧିରେ ଗ୍ରାମାଞ୍ଚଳମାନଙ୍କରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇଥିବା ବେଳେ କାଁଭାଁ ଛୋଟିଆ ମୋଟିଆ ହିଂସା ଦେଖିବାକୁ ମିଳିଛି। ଆଜି ଏହି କ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ଓ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ପ୍ରମୁଖ କନିଷି, ତୁଳୁ, କୋଳିଥି ଗାଁ, ମାର୍କଣ୍ଡି, ଗାରାମାପେଟା ପ୍ରଭୃତି ଗାଁ ଗସ୍ତ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ଲୋକଙ୍କ ସାହାଯ୍ୟ ଲୋଡ଼ିଥିଲେ। ଏହା ସହ କୈାଣସି ସ୍ଥାନରେ ନିର୍ବାଚନକୁ ନେଇ ସାମାନ୍ୟ ତମ ବିଶୃଙ୍ଖଳା ଦେଖାଦେଲେ ତୁରନ୍ତ ପୁଲିସକୁ ଜଣାଇବା ଏବଂ ଅପରାଧିକ ତତ୍ତ୍ଵମାନଙ୍କ ଗତିବିଧି ନେଇ ପୁଲିସକୁ ସୂଚନା ଦେବାକୁ ଲୋକଙ୍କୁ କହିଥିଲେ। ଏହା ସହ ଗ୍ରାମାଞ୍ଚଳରେ ନିର୍ଵାଚନ କିପରି ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ ହେବ ସେଥି ନିମନ୍ତେ ପୋଲିସ ଅଧିକାରୀମାନଙ୍କୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟତଃ ଅପରାଧିକ ଗତିବିଧି ଥିବା ବ୍ୟକ୍ତିମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ କଡା ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
Popular Categories



