ସରଣ୍ଡାରେ ଗଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଙ୍କୀ: ୭୩ତମ ଗଣତନ୍ତ୍ର ଦିବସକୁ ଅଂଶୁପା କନିଷ୍ଠ ମହାବିଦ୍ୟାଳୟରେ ନିରାଡମ୍ବର ଭାବରେ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରାଙ୍କ ସଭାପତିତ୍ୱରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ସରଣ୍ଡାଗଡ଼ ଅଂଚଳରେ ପାଳନ କରାଯାଉଥିବା ଜାତୀୟ କାର୍ଯ୍ୟକ୍ରମ ଯେଭଳି ନିରାଡମ୍ବର ସଫଳତାର ସହ ପାଳନ କରାଯିବ ସେ ନେଇ ବିଷଦ ଆଲୋଚନା କରାଯାଇଛି। ବୈଠକରେ ଅଂଶୁପା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଧରଣୀଧର ଜେନା, ସରଣ୍ଡା ବିଦ୍ୟାପୀଠର ଶିକ୍ଷକ ଶିବପ୍ରସାଦ ପାଇକରାୟ, ଓସ୍ତିଆ ହାଇସ୍କୁଲ ପକ୍ଷରୁ ଶୃତିଧର ସାହୁ, ଘୋଡାବର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଚିତ୍ତରଂଜନ ମନ୍ତ୍ରୀ, ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତି ନନ୍ଦ, ଯୁକ୍ତ ୨ କନିଷ୍ଠ କଲେଜର ବିଜୟ କୁମାର ସାହୁ, ଅଧ୍ୟାପିକା ମହେଶ୍ୱେତା ସାହୁ, ପଙ୍କଜଲେଚନ ଗୋଚ୍ଛି, ନେପାଳ ଚନ୍ଦ୍ର ଜେନା, ସମାଜସେବୀ ଗତିକୃଷ୍ଣ ସ୍ୱାଇଁ, ସଦାସିବ ଦାସ ଏବଂ ସରଣ୍ଡା ଫାଣ୍ଡିର ପ୍ରତିନିଧି ଶ୍ରୀ ମହାରଣା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.