BJD Bijuli 480×75 Mob

କ୍ୱାରେଣ୍ଟାଇନରେ ରହିଲେ ଯାଜପୁର ଜିଲାର ୩ ଡାକ୍ତର ଓ ୧୯ ନର୍ସ

BJD Bijuli 480×75 Mob

ଯାଜପୁର : ସମଗ୍ର ବିଶ୍ବ କରୋନା କବଳରେ କଳବିତ ଥିବାବେଳେ ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନି। ଯାଜପୁରରେ କରୋନା ଭୂତାଣୁ ଦ୍ରୁତ ଗତିରେ ମାଡ଼ିଆସୁଛି।

ସୂଚନା ଅନୁଯାୟୀ , ଯାଜପୁର ଜିଲାରେ ୩ ଡାକ୍ତର, ୧୯ ନର୍ସ କ୍ବାରାଣ୍ଟାଇନରେ ପଠାଯାଇଛି ।  ତେବେ ଏହି ଡାକ୍ତର ଓ ନର୍ସମାନେ  କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ  ବୋଲି ଜଣାପଡ଼ିଛି। ସେମାନଙ୍କ ପରିବାର ବର୍ଗଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ।  ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ନର୍ସମାନଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । କୋଭିଡ୍ କେୟାର ସେଣ୍ଟରରେ ସମସ୍ତଙ୍କୁ ରଖାଯାଇଛି । ସମସ୍ତଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ । ଏନେଇ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

Comments are closed.