www.samajalive.in
Saturday, December 6, 2025
19.1 C
Bhubaneswar

ଡାକ୍ତର , ସ୍ବାସ୍ଥ୍ୟ କର୍ମୀଙ୍କ କରୋନା ଚିକିତ୍ସା ବେଳେ ଜୀବନ ଗଲେ ମିଳିବ ୫୦ ଲକ୍ଷ ଟଙ୍କା ଓ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ

ଭୁବନେଶ୍ବର : କରୋନା ମୁକାବିଲା ନେଇ ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା ଜାରି ହୋଇଛି। ଏହି ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଡାକ୍ତର , ସ୍ବାସ୍ଥ କର୍ମୀ ଓ ସ୍ବାସ୍ଥ୍ୟସହ କର୍ମୀଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। କରୋନା ଚିକିତ୍ସା ବେଳେ ଡାକ୍ତର , ସ୍ବାସ୍ଥ କର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ୫୦ ଲକ୍ଷ ଟଙ୍କାସହ ଅବସର ଯାଏ ପୂରା ଦରମା ମିଳିବ। ଯଦି ଏହି କରୋନା ଯୁଦ୍ଧରେ ଡାକ୍ତର ଓ ସ୍ବାସ୍ଥକର୍ମୀଙ୍କ ମୃତ୍ୟୁ ଘଟିଲା ସହିଦ ମର୍ଯ୍ୟାଦା ମିଳିବ। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଡାକ୍ତରଙ୍କୁ ଆକ୍ରମଣ  ନେଇ ଚରମ ଚେତାବନୀ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରତି ଆକ୍ରମଣ ରାଜ୍ୟ ପ୍ରତି ଆକ୍ରମଣ ସଦୃଶ। ଡାକ୍ତରଙ୍କୁ ଆକ୍ରମଣ କଲେ କାର୍ଯ୍ୟରେ ବାଧା ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଆକ୍ରମଣକାରୀଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ ହେବ। କରୋନା ଯୋଦ୍ଧାଙ୍କ ପଛରେ ସାରା ରାଜ୍ୟ ରହିଛି ବୋଲି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories