www.samajalive.in
Saturday, December 6, 2025
26.1 C
Bhubaneswar

ଯାଜପୁରରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଯାଜପୁର:ଆଜି ଯାଜପୁର ଜିଲ୍ଲା ସଦର ମହକୁମାସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଅଛି। ସକାଳ ୮ ଘଟିକା ୩୦ ମିନିଟ ସମୟରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ଜିଲ୍ଲା ସ୍କୁଲ, ଯାଜପୁର ପରିସରରେ ଥିବା ମହାତ୍ମା ଗାନ୍ଧୀ, ଲାଲ ବାହାଦୁର ଶାସ୍ତ୍ରୀ ଏବଂ ସଂସ୍କୃତି ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀ ଓ ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ପରେ ପରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଉତ୍ସବ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ଅତିଥିମାନେ ପୁଷ୍ପ ଗୁଚ୍ଛ ଅର୍ପଣ କରିଥିଲେ। ପରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଧର୍ମଯାଜକ ପଣ୍ଡିତ କୃଷ୍ଣ ଚନ୍ଦ୍ର ମିଶ୍ର ଗୀତା ପାଠ, ଧର୍ମଯାଜକ ଜୟୀରୁଦ୍ଦୀନ ଖାଁ କୋରାନ ପାଠ ଓ ଧର୍ମଯାଜକ ଶଶି ମିଂଜ ବାଇବେଲ ପାଠ କରିଥିଲେ। ସୁରଧୁନୀ ଗ୍ରୁପ କଳାକାର ମାନଙ୍କ ଦ୍ବାରା ଗାନ୍ଧିଜୀଙ୍କ ଆଶ୍ରମ ଭଜନ ବୈଷ୍ଣବ ଜନତୋ ଏବଂ ରଘୁପତି ରାଘବ ରାଜାରାମ ପରିବେଷଣ କରାଯାଇଥିଲା।

ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

- Advertisement -

ଏହି ଜୟନ୍ତୀ ଉତ୍ସବରେ ବିଶିଷ୍ଟ ଗାନ୍ଧୀବାଦୀ ଗବେଷକ ଶ୍ରୀ ମିହିର ପ୍ରତାପ ଦାସ ଗାନ୍ଧୀଙ୍କର ୧୫୫ ତମ ଓ ଶାସ୍ତ୍ରୀଙ୍କର ୧୨୧ ତମ ଜନ୍ମ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ଜୀବନାଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଜାତିର ପିତା ମହାତ୍ମାଗାନ୍ଧୀ ସତ୍ୟ ଓ ଅହିଂସାର ପ୍ରତୀକ ଥିଲେ। ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଯୋଗଦାନ ଭାରତୀୟ ମୁକ୍ତି ସଂଗ୍ରାମକୁ ଏକ ନୂତନ ମୋଡ଼ ଦେଇ ତାଙ୍କୁ ବିଶ୍ଵବାସୀଙ୍କ ନିକଟରେ ମହାମାନବର ମାନ୍ୟତା ଦେଇଥିଲେ। ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀ ଜଣେ ନିଆରା ଜନନାୟକ ଭାବେ ସାରା ବିଶ୍ୱରେ ସୁପରିଚିତ। ଏହି ଦୁଇ ଯୋଗଜନ୍ମା ବରପୁତ୍ର ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ମାନବଜାତିର ଉନ୍ନତି ପାଇଁ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି। ସେମାନଙ୍କ ତ୍ୟାଗ, ତିତିକ୍ଷା ଓ ବଳିଦାନର ପଟାନ୍ତର ନାହିଁ। ଭାରତୀୟ ମୁକ୍ତି ସଂଗ୍ରାମରେ ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନ, ୧୯୩୦ରେ ଲବଣ ସତ୍ୟାଗ୍ରହ ଓ ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନର ଫଳ ସ୍ୱରୂପ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଭାରତବର୍ଷ ପରାଧିନତାର ଶୃଙ୍ଖଳାରୁ ମୁକ୍ତ ହେଲା। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଗାନ୍ଧୀ ଦର୍ଶନ ଆଜି ସାରା ପୃଥିବୀରେ ଆଦୃତ ହୋଇଛି। ତାଙ୍କ ମତରେ ସବୁ ସମସ୍ୟାର ସମାଧାନର ଚାବିକାଠି ସତ୍ୟ ଓ ଅହିଂସା ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପ୍ରାତଃ କାଳରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସହରରେ ରାମଧୂନ ପରିବେଷଣ କରାଯାଇଥିଲା। ସକାଳ ଘ. ୬.୩୦ ମି. ସମୟରେ ଜିଲ୍ଲା ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବାପୁଜୀଙ୍କ ବାଣୀ ସମ୍ବଳିତ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲା ସ୍କୁଲ ପରିସରରୁ ବାହାରି ଗାନ୍ଧୀ ଛକ ଦେଇ ସଂସ୍କୃତି ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବେ ତହସିଲଦାର ତଥା ନିର୍ବାହୀ ଅଧିକାରୀ ପୌର ପରିଷଦ ଯାଜପୁର ଶ୍ରୀ ଅରବିନ୍ଦ ବେହେରା, ସମସ୍ତ ଧର୍ମଯାଜକ, ମୁଖ୍ୟବକ୍ତା ଶ୍ରୀ ମିହିର ପ୍ରତାପ ଦାସ ଯୋଗଦେଇଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜୟନ୍ତୀ ଉତ୍ସବରେ ବିଦ୍ୟାଳୟ ଛାତ୍ରଛାତ୍ରୀ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories