www.samajalive.in
Sunday, December 14, 2025
17.1 C
Bhubaneswar

ପୁଣି ଲଜ୍ଜା : ବାପ ଝିଅ ସମ୍ପର୍କରେ ଲାଗିଲା ଦାଗ

ଯାଜପୁର : ପୁଣି ଲଜ୍ଜା ବାପ ଝିଅ ସମ୍ପର୍କରେ ଲାଗିଲା ଦାଗ। ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ବର୍ତଣ୍ଡା ଗ୍ରାମରେ ଘଟିଛି ଏପରି ଅମାନବୀୟ ଘଟଣା। ମଦ୍ୟପ ବାପା ତାର ନାବାଳିକା ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ଗିରଫ ଅଭିଯୁକ୍ତ ହେଲେ ବର୍ତଣ୍ଡା ଗ୍ରାମର ରବିନ୍ଦ୍ର ସେଠୀ ।

ସୂଚନା ମୁତାବକ,  ଘରେ କେହି ନଥିବା ସମୟରେ ମଦ୍ୟପାନ କରି ରବିନ୍ଦ୍ର ନିଜ ପ୍ରଥମ ପତ୍ନୀର ନାବାଳିକା ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ଏହି ସମୟରେ ରବିନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ପହଞ୍ଚି ଝିଅକୁ ଉଦ୍ଧାର କରିଥିଲା। ପରେ ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ପହଞ୍ଚି ସୁକିନ୍ଦା ସିଡିପିଓ ଙ୍କୁ ଖବର କରିଥିଲେ। ଏ ନେଇ ସିଡିପିଓ ଜିଲା ମଙ୍ଗଳ କମିଟି ଓ ଜିଲା ଶିଶୁ ସୁରକ୍ଷା ୟୁନିଟକୁ ଖବର ଦେବା ସହ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ ଘଟଣାର ତଦନ୍ତ କରି ଦଫା ୩୭୬ ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ରବିନ୍ଦ୍ରକୁ ଗିରଫ କରିଛି । ସେପଟେ ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଉକ୍ତ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରାଯିବା ସହ ନାବାଳିକାକୁ ଉଦ୍ଧାର କରାଯାଇଛି। ଉଦ୍ଧାର ନାବାଳିକାକୁ ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବା ପରେ ତାକୁ ଥଇଥାନ କରାଯିବ ବୋଲି ଜିଲାଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories