MEllora 950×100

ଅସହାୟଙ୍କୁ ସହାୟତାର ହାତ ବଢାଇଲେ ବିଧାୟକ

ଯାଜପୁର : ଦାନଗଦି ବ୍ଲକ  ଶାଳିଜଙ୍ଗା ପଞ୍ଚାୟତ ବାଲିଆପାଳ ସାହିର ମାଧ ମୁଣ୍ଡାଙ୍କ ପୁଅ ଗାଲରେ ମାଂସ ବଢ଼ିବାରେ ଲାଗିଛି । ଏ ଖବର ପାଇବା ପରେ ରୋଗୀଣା ଶିଶୁକୁ ଯେପରି ଉତ୍ତମ ଚିକିତ୍ସା ସେବା ମିଳିବ ସେଥିପାଇଁ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ମାଧ ମୁଣ୍ଡାଙ୍କ ଘରକୁ ଯାଇଥିଲେ। ସରକାରୀ ସହାୟତାରେ କିପରି ଶିଶୁଟି ଯଥାଶୀଘ୍ର ଚିକିତ୍ସିତ ହୋଇପାରିବ ସେ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ବିଚାର ବିମର୍ଶ କରି ଆମ୍ବୁଲାନ୍ସ ସାହାଯ୍ୟରେ କଟକ ବଡ଼ ମେଡିକାଲ ପଠାଇଥିବା ସୂଚନା ମିଳିଛି।

Comments are closed.