www.samajalive.in
Sunday, December 7, 2025
18.1 C
Bhubaneswar

ଭାରତ ଉପରେ ଆକ୍ରମଣ କରିପାରେ ଜୈଶ୍‍ : ଭାରତୀୟ ଗୁଇନ୍ଦା ସଂସ୍ଥା

ନୂଆଦିଲ୍ଲୀ : ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦକୁ ନେଇ ଐତିହାସିକ ରାୟ ଶୁଣାଇଛନ୍ତି। ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ପ୍ରଦାନ କରିବା ସହ ମୁସଲମାନଙ୍କୁ ଅଯୋଧ୍ୟା ସହରର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଅସନ୍ତୋଷ ପ୍ରକାଶ କରି ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‍-ଏ-ମହମ୍ମଦ’ ଭାରତ ଉପରେ ଆକ୍ରମଣ କରିପାରେ ବୋଲି ଅନେକ ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ରବିବାର ସୂଚନା ମିଳିଛି। ଗୁଇନ୍ଦା ସଂସ୍ଥାମାନେ ସରକାରଙ୍କୁ ସତର୍କ କରାଇଛନ୍ତି ଯେ, ଜୈଶ ଆକ୍ରମଣ କରିବାର ବହୁତ ସମ୍ଭାବନା ରହିଛି।

ଗୁଇନ୍ଦା ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀଙ୍କ କହିଛନ୍ତି, “ବିପଦର ଆଶଙ୍କା ରହିଛି। ପ୍ରତ୍ୟେକଟି ଗୁଇନ୍ଦା ସଂସ୍ଥା ବ୍ୟକ୍ତିଗତ ଭାବେ ଗୋଟିଏ ହିଁ ନିଷ୍କର୍ସରେ ପହଞ୍ଚିଛନ୍ତି। ଅଯୋଧ୍ୟା ମାମଲାରେ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ଶୁଣାଣି ପରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନମାନଙ୍କ ଦ୍ୱାରା ଆକ୍ରମଣ ହେବାର ଅନେକାଂଶରେ ସମ୍ଭାବନା ରହିଛି”।

- Advertisement -

ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, “ଆତଙ୍କବାଦୀମାନେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ବିଗାଡ଼ିବାକୁ ଚାହୁଁଛନ୍ତି। ସେମାନେ ଆକ୍ରମଣ କରିପାରନ୍ତି। ତେଣୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ”।

ଆତଙ୍କବାଦୀମାନେ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହିମାଚଳ ପ୍ରଦେଶକୁ ଟାର୍ଗେଟ୍‍ କରିପାରନ୍ତି ବୋଲି ସୂଚନା ମିଳିଛି। ସୁରକ୍ଷା ସଂସ୍ଥାମାନେ ୫ ଅଗଷ୍ଟରୁ ହିଁ ସଜାଗ ରହିଛନ୍ତି। ଏହି ଦିନ ଜାମ୍ମୁ-କଶ୍ମୀର ବିଶେଷ ରାଜ୍ୟ ମାନ୍ୟତା ହରାଇଥିଲା।

ସୂଚନାଯୋଗ୍ୟ, ଅଯୋଧ୍ୟା ଜମି ବିବାଦକୁ ନେଇ ଏବେ ସୁଦ୍ଧା ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି ରହିଛି।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories