www.samajalive.in
Saturday, December 6, 2025
15.1 C
Bhubaneswar

ବିଧାନସଭାରେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କଲେ ଗେହଲଟ; ୨୧ ଅଗଷ୍ଟ ପର୍ଯ୍ୟନ୍ତ ଗୃହ ମୁଲତବୀ

ଜୟପୁର: ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଗେହଲଟ ସରକାର ଆଗତ କରିଥିବା ଆସ୍ଥା ଭୋଟ ଧ୍ଵନୀମତରେ ଗୃହୀତ ହୋଇଛି । ଏହା ସହ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି । ଆସ୍ଥା ଭୋଟରେ ସରକାରଙ୍କ ସପକ୍ଷରେ ୧୨୩ ବିଧାୟକଙ୍କ ସମର୍ଥନ ମିଳିଥିବାବେଳେ ବିପକ୍ଷରେ ୭୫ ଭୋଟ ପଡ଼ିଥିବା କୁହାଯାଉଛି
ଆସ୍ଥା ଭୋଟ ସମ୍ପର୍କରେ ବିରୋଧୀ ଦଳ ନେତା ଗୁଲାବଚନ୍ଦ କଟାରିଆ ବିଧାନସଭା ବାହାରେ କହିଛନ୍ତି ଯେ ଆମ ପାଖରେ ୭୫ ଜଣ ସଦସ୍ୟ ଅଛନ୍ତି, ସରକାର ଭାଙ୍ଗିବା ପ୍ରଶ୍ନ କେଉଁଠି ଆସିଲା । ବିରୋଧୀ ଆସ୍ଥା ଭୋଟ ପ୍ରସଙ୍ଗରେ ଭୋଟ ଡ଼ିଭିଜନ ମଧ୍ୟ ଦାବି କରିନାହାନ୍ତି । ବିଧାନସଭାରେ ୨୦୦ ବିଧାୟକ ଅଛନ୍ତି ଓ କଂଗ୍ରେସର ଦାବି ହେଉଛି ତାଙ୍କ ସପକ୍ଷରେ ୧୨୩ ଜଣ ବିଧାୟକ ଅଛନ୍ତି । ଭୱଁରଲାଲ ମେଘୱାଲ ଅସୁସ୍ଥ ଅଛନ୍ତି ଓ ବାଚସ୍ପତିଙ୍କ ଭୋଟ ଦେବାର ଆବଶ୍ୟକତା ପଡ଼ିନାହିଁ ।
ଅନ୍ୟପକ୍ଷରେ ଆସ୍ଥାଭୋଟ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିରୋଧୀ ବିଜେପିକୁ କଟୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ରାଜସ୍ଥାନରେ ଫୋନ ଟ୍ୟାପିଂ ପରମ୍ପରା କେବେ ନ ଥିଲା, ସରକାର ଭାଙ୍ଗିବାକୁ ପୁରା ଷଡ଼ଯନ୍ତ୍ର ହୋଇଥିଲା । ଦେଶରେ ଲୋକତନ୍ତ୍ର ଏବେ ବିପଦରେ ରହିଛି । କେବଳ ଦୁଇଜଣ ଲୋକ ଦେଶକୁ ଶାସନ କରୁଛନ୍ତି । ବିଜେପିର ଲୋକମାନେ ଭକ୍ତ ହୋଇ ସବୁ ଦେଖୁଛନ୍ତି । ମୋତେ ୬୯ ବର୍ଷ ଓ ଗଲା ୫୦ ବର୍ଷ ହେଲା ରାଜନୀତିରେ ଅଛି । ତେଣୁ ବର୍ତମାନ ଦେଶର ଅବସ୍ଥା ମୋତେ ଚିନ୍ତିତ କରିଛି ।
ସେ ଏ କଥା ମଧ୍ୟ କହିଛନ୍ତି ଯେ ଏକ ସମୟରେ ଭୈରୋସିଂହ ଶେଖାୱାତଙ୍କ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ହୋଇଥିଲା। ସେ ସମୟରେ ମୁଁ ପିସିସି ସଭାପତି ଥିଲି, ମୁଁ ରାଜ୍ୟପାଳ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲି । ଏକ ନିର୍ବାଚିତ ସରକାରକୁ ଭାଙ୍ଗିବା ମୋର ନୀତି ବିରୁଦ୍ଧ । ତେଣୁ ଏ ସମ୍ପର୍କରେ ମୁଁ ସ୍ପଷ୍ଟ ଭାବରେ ମନା କରି ଦେଇଥିଲି ଓ ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇ ନଥିଲି ବୋଲି ଗେହଲଟ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories